www.samajalive.in
Saturday, December 6, 2025
14.1 C
Bhubaneswar

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ପୁରୁଷ ଓ ମହିଳା ହକି, କଳିଙ୍ଗ ଷ୍ଟାଡିୟମ୍‌ ମ୍ୟାଚ୍‌ରେ ମାଗଣା ଟିକଟ

କଟକ : ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହକି ଷ୍ଟାଡିୟମ୍‌ରେ ଫେବୃଆରୀ ୧୫ରୁ ୨୫ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ପୁରୁଷ ଓ ମହିଳା ହକି ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍‌ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚ୍‌ ଦେଖିବା ପାଇଁ ଦର୍ଶକଙ୍କୁ ପଇସା ଦେଇ ଟିକଟ କିଣିବାକୁ ପଡ଼ିବ ନାହିଁ। ସେମାନେ ଅନ୍‌ଲାଇନ୍‌ରେ ମାଗଣାରେ ଟିକଟ ବୁକ୍‌ କରିବେ ଏବଂ ଏହାର ପ୍ରିଣ୍ଟ୍‌ ଆଉଟ୍‌କୁ ଦେଖାଇ ଷ୍ଟାଡିୟମ୍‌ ମଧ୍ୟରେ ପ୍ରବେଶ କରି ମ୍ୟାଚ୍‌ ଦେଖିପାରିବେ। ରବିବାର ହକି ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ; ନିକଟରେ ସମାପ୍ତ ହୋଇଥିବା ପୁରୁଷ ଓ ମହିଳା ହକି ଇଣ୍ଡିଆ ଲିଗ୍‌ ରାଉରକେଲା ଓ ରାଞ୍ଚିରେ ଖେଳା ଯାଇଥିଲା। ଦର୍ଶକ ବିନା ପଇସାରେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିଥିଲେ।

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ୨୦୨୪-୨୫ ସଂସ୍କରଣରେ ଭୁବନେଶ୍ବର ଚରଣରେ ପୁରୁଷ ବର୍ଗରେ ବିଶ୍ବର ୫ଟି ନାମୀ ଦଳ ଖେଳିବେ। ଆୟୋଜକ ଭାରତ ସହ ଇଂଲଣ୍ଡ, ସ୍ପେନ୍‌, ଜର୍ମାନୀ ଓ ଆୟରଲାଣ୍ଡ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ। ପ୍ରତି ଦଳ ପରସ୍ପର ବିପକ୍ଷରେ ୨ ଥର ଲେଖାଏଁ ଖେଳିବେ। ପୁରୁଷ ବର୍ଗର ମ୍ୟାଚ୍‌ ଫେବୃଆରୀ ୧୫ରୁ ଆରମ୍ଭହୋଇ ୧୯ରେ ସମାପ୍ତ ହେବ। ଭାରତୀୟ ଦଳ ୧୫ ଓ ୧୬ରେ ସ୍ପେନ୍‌ ବିପକ୍ଷରେ, ୧୮ ଓ ୧୯ରେ ଜର୍ମାନୀ ବିପକ୍ଷରେ, ୨୧ ଓ ୨୨​‌େ‌ର ଆୟରଲାଣ୍ଡ ବିପକ୍ଷରେ ଏବଂ ୨୪ ଓ ୨୫ରେ ଇଂଲଣ୍ଡ ବିପକ୍ଷରେ ୨ଟି ଲେଖାଏଁ ମ୍ୟାଚ୍‌ ଖେଳିବ। ମହିଳା ବର୍ଗରେ ଆୟୋଜକ ଭାରତ ସହ ନେଦରଲାଣ୍ଡ୍‌ସ, ଜର୍ମାନୀ, ଇଂଲଣ୍ଡ ଓ ସ୍ପେନ୍‌ ଖେଳିବେ। ପ୍ରତି ଦଳ ପରସ୍ପର ବିପକ୍ଷରେ ୨ ଥର ଲେଖାଏଁ ଖେଳିବେ।

- Advertisement -

ଭାରତୀୟ ମହିଳା ଦଳ ୧୫ ଓ ୧୬ରେ ଇଂଲଣ୍ଡ ବିପକ୍ଷରେ, ୧୮ ଓ ୧୯ରେ ସ୍ପେନ୍‌ ବିପକ୍ଷରେ, ୨୧ ଓ ୨୨ରେ ଜର୍ମାନୀ ବିପକ୍ଷରେ ଏବଂ ୨୪ ଓ ୨୫ରେ ନେଦରଲାଣ୍ଡ୍‌ସ ବିପକ୍ଷରେ ୨ଟି ଲେଖାଏଁ ମ୍ୟାଚ୍‌ ଖେଳିବ। କଳିଙ୍ଗ ଷ୍ଟାଡିୟମ୍‌ର ମ୍ୟାଚ୍‌ ପାଇଁ ମାଗଣା ଟିକଟ ଘୋଷଣାକରି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି, ଭୁବନେଶ୍ବର ବିଶ୍ବ ହକିର ପେଣ୍ଠସ୍ଥଳ ପାଲିଟିଛି। ଏଠାରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ଆୟୋଜନ କରିବା ଆମ ପାଇଁ ଗର୍ବର ବିଷୟ।

ମାଗଣା ଟିକଟ ଦେବା ଦ୍ବାରା ଷ୍ଟାଡିୟମ୍‌ ଭରପୂର ରହିବ ଏବଂ ଚମତ୍କାର ବାତାବରଣ ସୃଷ୍ଟିହେବ। ସାରା ବିଶ୍ବ ହକି ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବା ଦେଖିବ। ସୂଚନାଯୋଗ୍ୟ; ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ଦେଖିବା ପାଇଁ ଦର୍ଶକଙ୍କୁ ‘ଟିକେଟ୍‌ଜିନି’ ଆପ୍‌ ଓ ୱେବ୍‌ସାଇଟ୍‌ ଯାଇ ଟିକଟ ବୁକିଂ କରିବାକୁ ପଡ଼ିବ ଏବଂ ଏହାର ପ୍ରିଣ୍ଟଆଉଟ୍‌ ଦେଖାଇ ସେମାନେ ଷ୍ଟାଡିୟମ୍‌ରେ ପ୍ରବେଶ କରିପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories