www.samajalive.in
Saturday, December 6, 2025
19.1 C
Bhubaneswar

ସଚିନ ମୋର ସବୁଠାରୁ ପସନ୍ଦଯୋଗ୍ୟ କ୍ରିକେଟର୍‌: ଅମିର ଖାନ୍‌

ୱାଙ୍ଖଡେ: ଭାରତ ଓ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଏଠାରେ ଖେଳାଯାଇଥିବା ୫ମ ଟି୨୦ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ଥିଲେ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ। ଏମାନଙ୍କ ବ୍ୟତୀତ ଅନ୍ୟତମ ପ୍ରଖ୍ୟାତ ଅଭିନେତା ଅମିର ଖାନ୍‌ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ।

ସୋମବାର ବିସିସିଆଇ ତରଫରୁ ଅମିରଙ୍କ ଏକ ଭିଡିଓ ନିଜ ୱେବସାଇଟ୍‌ରେ ଛଡ଼ାଯାଇଛି। ଏହି ଭିଡିଓରେ ଅମିର କ୍ରିକେଟ ସମ୍ପର୍କରେ ନିଜ ଅନୁଭୂତି ପ୍ରକାଶ କରିଛନ୍ତି। ଅମିର କହିଥିଲେ ସେ କ୍ରିକେଟ୍‌କୁ ବହୁତ ଭଲ ପାଆନ୍ତି। ଯେତେବେଳେ ଭାରତୀୟ ଦଳ ମ୍ୟାଚ୍‌ ଦେଖିବା ବେଳେ ତାଙ୍କ ମନକୁ ଭାବନା ଆସେ ଯେ ସେ ଏହି ଦଳ ତରଫରୁ ଖେଳୁଥିଲେ କେତେ ଭଲ ହୋଇଥାନ୍ତା। ଭାରତୀୟ କ୍ରିକେଟ ଦଳ ୨୦୧୧ ବିଶ୍ବକପ୍‌ ଜିତିବା ଦିନ ତାଙ୍କ ନିମନ୍ତେ ସର୍ବଦା ସ୍ମରଣୀୟ ହୋଇ ରହିବ। ସେହିପରି ସଚିନ ତେନ୍ଦୁଲକର ତାଙ୍କର ସବୁଠାରୁ ପସନ୍ଦଯୋଗ୍ୟ କ୍ରିକେଟର୍ ବୋଲି ଅମିର କହିଛନ୍ତି। ସଚିନଙ୍କ ବ୍ୟାଟିଂ ​‌େ​‌ଶୖଳୀ, ଧୈର୍ଯ୍ୟ ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିଛି ବୋଲି ଅମିର କହିଥିଲେ।

- Advertisement -

ସଚିନ ଖେଳିଥିବା ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ର ଦିନ ତାଙ୍କର ସର୍ବଦା ମନେ ରହିବ। ଛୋଟବେଳୁ ସେ କ୍ରିକେଟ୍‌କୁ ବହୁତ ଭଲ ପାଉଥିଲେ। ସେତେବେଳୁ ସେ କ୍ରିକେଟ ଖେଳାଳିଙ୍କ ଫଟୋ ଓ ପୋଷ୍ଟକାର୍ଡ ସଂଗ୍ରହ କରି ରଖୁଥିଲେ ବୋଲି ଅମିର ସୂଚନା ଦେଇଛନ୍ତି। ସେହିପରି ୧୯ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳ ଟି୨୦ ବିଶ୍ବକପ୍‌ ଜିତିଥିବାରୁ ଅମିର ସେହି ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories