www.samajalive.in
Saturday, December 6, 2025
17.1 C
Bhubaneswar

ଶପଥ ନେଲେ ଓଡିଶାର ୪ ନବନିର୍ବାଚିତ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ : ରାଜ୍ୟସଭାକୁ ନବନିର୍ବାଚିତ ଓଡ଼ିଶାର ଚାରି ଜଣ ସାଂସଦ ସମେତ ସମୁଦାୟ ୬୧ ଜଣ ଆଜି ସାଂସଦ ଭାବେ ଶପଥ ନେଇଛନ୍ତି ।  ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁଜିବୁଲ୍ଲା ଖାନ (ମୁନା) ଓ ମମତା ମହନ୍ତ ମଧ୍ୟ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି । ରାଜ୍ୟସଭା ସଚିବାଳୟ ତରଫରୁ ଜାରି ସୂଚନା ଅନୁଯାୟୀ କରୋନା କଟକଣା ଯୋଗୁଁ ଶପଥ ନେଇ ପାରିନଥିବା ୨୦ଟି ରାଜ୍ୟର ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି। ତେବେ ରାଜ୍ୟସଭା ଅଧିବେଶନ ସ୍ଥଗିତ ରହିଥିବାରୁ ଅଧ୍ୟକ୍ଷ ଶ୍ରୀ ନାଇଡ଼ୁଙ୍କ ଚ୍ୟାମ୍ବରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖି ନବନିର୍ବାଚତ ସାଂସଦଙ୍କ ସହ ପରିବାରର ଜଣେ ସଦସ୍ୟଙ୍କୁ ଶପଥ ଗ୍ରହଣ ବେଳେ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି।

ଯେଉଁ ସଦସ୍ୟଗଣ କୌଣସି କାରଣରୁ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହୋଇ ନପାରିବେ ସେମାନଙ୍କୁ ଆଗାମୀ ମୌସୁମୀ ଅଧିବେଶନ କାଳରେ ଶପଥ ପାଠ ପାଇଁ ସୁଯୋଗ ମିଳିବ। ନବନିର୍ବାଚିତ ସାଂସଦ ଦିଲ୍ଲୀ ପହଞ୍ଚିବା ପରେ ରାଜ୍ୟସଭା ସଚିବାଳୟ ତରଫରୁ ସେମାନଙ୍କ ରହଣି ଓ ପରିବହନ ବନ୍ଦୋବସ୍ତ କରାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories