ବିହାର : ବନ୍ୟା କାରଣରୁ ଦେଶର ବହୁ ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବିହାରର ଅନେକ ଅଂଚରେ ପରିସ୍ଥିତି ଖୁବ ଜଟିଳ ହୋଇପଡ଼ିଛି। ଅଧିକାଂଶ ସ୍ଥାନ ଜଳମଗ୍ନ ଅବସ୍ଥାରେ ରହିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦରଭଙ୍ଗାର ଜିଲା ଅନ୍ତର୍ଗତ ଆଶରା ଗାଁରେ ଜଣେ ଗର୍ଭବତୀ ମହିଳାଙ୍କୁ ଅସ୍ଥାୟୀ ଭାବେ ପ୍ରସ୍ତୁତ ଡ଼ଙ୍ଗାରେ ବସାଇ ହସ୍ପିଟାଲ ନିଆଯାଇଥିବା ଜଣାପଡ଼ିଛି।
ବନ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନ ଜଳମଗ୍ନ ଥିବା ବେଳେ ଉକ୍ତ ସମୟରେ ଜଣେ ଗର୍ଭବତୀ ମହିଳାଙ୍କୁ ଯନ୍ତ୍ରଣା ଅନୁଭବ ହୋଇଥିଲା। ତାଙ୍କୁ ତୁରନ୍ତ ମେଡ଼ିକାଲ ପଠାଇବାକୁ ଅନ୍ୟ କୌଣସି ଉପାୟ ନପାଇ ଗ୍ରାମବାସୀ ଟାୟାର ବ୍ୟବହାର କରି ତା’ଉପରେ କାଠ ରଖି ଡ଼ଙ୍ଗା ଭଳି ବ୍ୟବହାର କଲେ। ଏହାପରେ ସେହି ଗର୍ଭବତୀ ମହିଳା ଓ ତାଙ୍କ ମାଆଙ୍କୁ ସେଥିରେ ବସାଇ ବହୁ କଷ୍ଟରେ ରାସ୍ତା ଯାଏଁ ପହଂଚାଇଲେ।
ଏହାପରେ ମହିଳା ଓ ତାଙ୍କ ମାଆଙ୍କୁ ଅଟୋରେ ବସାଇ ପ୍ରାର୍ଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଗଲା। ଡ଼ାକ୍ତର ଚିକିତ୍ସା ପରେ ଜଣାଇଥିଲେ ମହିଳା ଜଣଙ୍କ ସୁସ୍ଥ ଅଛନ୍ତି, ଛୁଆ ଜନ୍ମ ନେବାକୁ ୧ ମାସ ସମୟ ରହିଛି।
ବନ୍ୟାରେ ହାହାକାର ପରିସ୍ଥିତି ; ଟାୟାରରେ ପ୍ରସ୍ତୁତ ଅସ୍ଥାୟୀ ଡ଼ଙ୍ଗାରେ ଗର୍ଭବତୀ ମହିଳା ଗଲେ ହସ୍ପିଟାଲ
Popular Categories



