www.samajalive.in
Sunday, December 14, 2025
26.1 C
Bhubaneswar

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ ଗାନ୍ଧୀ ସ୍ମୃତି ଏବଂ ଦର୍ଶନ ସମିତିର ଉପାଧ୍ୟକ୍ଷ ନିଯୁକ୍ତ

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ ଗାନ୍ଧୀ ସ୍ମୃତି ଏବଂ ଦର୍ଶନ ସମିତିର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଏହି ସମିତିର ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଯୁକ୍ତି ଦେଇଛନ୍ତି।

ଶ୍ରୀ ଗୋଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ପ୍ରଥମ ଏନଡିଏ ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ୨୦୧୬ ଜୁଲାଇରୁ ୨୦୧୭ ସେପ୍ଟେମ୍ବର, ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ୨୦୧୭ ସେପ୍ଟେମ୍ବରରୁ ୨୦୧୯ ମେ’ ଏବଂ ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରୀ ଭାବେ ୨୦୧୭ ସେପ୍ଟେମ୍ବରରୁ ୨୦୧୯ ମେ’ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

- Advertisement -

ଗାନ୍ଧୀ ସ୍ମୃତି ଏବଂ ଦର୍ଶନ ସମିତି ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ତଥା ତାଙ୍କ ବିଚାରର ପ୍ରଚାର ପାଇଁ ଯୋଜନା କରିଛନ୍ତି, ବିଶେଷକରି ଜାତୀୟ ଏକୀକରଣ ତଥା ଅବହେଳିତ ଲୋକଙ୍କ କଲ୍ୟାଣ ତଥା ଉନ୍ନତି ପାଇଁ ଯୋଜନା ହୋଇଛି। ଏହି ସମିତିରେ ଗୋଏଲଙ୍କ ବ୍ୟତୀତ ଅନ୍ୟ ୯ ଜଣ ସଦସ୍ୟଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ କରାଯାଇଛି, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଜଣାଶୁଣା ବ୍ୟକ୍ତିତ୍ୱ ଅଟନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories