www.samajalive.in
Sunday, December 14, 2025
26.1 C
Bhubaneswar

ଗଣେଶ ପୂଜା କଟକଣାକୁ ବିରୋଧ, ଚିନ୍ତାରେ ବ୍ୟବସାୟୀ

ଗୁଣୁପୁର: ଦିନ କେଇଟା ପରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଗଣେଶଙ୍କ ପୂଜା । ଏଥିପାଇଁ ସବୁଠି ଉତ୍ସାହ ଓ ଉଦ୍ଦୀପନା । ପ୍ରତି ସାହି,ଗଳିକନ୍ଦି,ପୂଜା ମଣ୍ଡପ ଠୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ୟ୍ୟନ୍ତ ପୂଜା ପାଇଁ ଚଳଚଞ୍ଚଳ । ଏଇଥିପାଇଁ ଗୁଣୁପୁର ବଜାରରେ ଏବେ ଭଳିକି ଭଳି ଗଣେଶଙ୍କ ମୂର୍ତ୍ତି ର ସମ୍ଭାର ଦେଖିବାକୁ ମିଳିଛି । ବେଶ ଦୁଇ ପଇସା ରୋଜଗାର ଆଶାରେ ପଡୋଶୀ ଆନ୍ଧ୍ରରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ହରେକ ରକମର ମୂର୍ତ୍ତି ସବୁ ଆଣିଛନ୍ତି ବ୍ୟବସାୟୀ । ହେଲେ ସରକାରଙ୍କ କଟକଣା ସମସ୍ତ ଉତ୍ସାହକୁ ପାଣିଚିଆ କରି ଦେଇଛି । ଏଥିପାଇଁ ଉଭୟ ଭକ୍ତ ଓ ବ୍ୟବସାୟୀ ଏବେ ନିରାଶ ।

 

- Advertisement -

ସରକାରଙ୍କ କଟକଣା ଅନୁଯାୟୀ ପୂଜା ମଣ୍ଡପ ତିନି ଆଡୁ ବନ୍ଦ ରହିବା ସହ ମୂର୍ତ୍ତି ର ଉଚ୍ଚତା ୪ ଫୁଟ ରୁ ଅଧିକ ହେବନାହିଁ । ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଭକ୍ତ ଓ ବ୍ୟବସାୟୀ । କରୋନା ସହ ମୂର୍ତ୍ତୀ ର ଉଚ୍ଚତା ସହ କଣ ସମ୍ପର୍କ ରହିଛି ବୋଲି ପ୍ରଶ୍ନ ଉଠିଛି । ତେଣୁ ସରକାର ଭକ୍ତଙ୍କ ଧର୍ମୀୟ ଭାବନା କୁ ଗୁରୁତର ସହ ବିଚାର କରି ପୂଜା ପାର୍ବଣ କୁ ଅନୁମତି ଦେବାକୁ ସାଧାରଣରେ ଦାବୀ ହୋଇଛି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories