ଭୁବନେଶ୍ବର: ବିଧାନସଭାରେ ପୌରାଞ୍ଚଳ ଆଇନ ସଂଶୋଧନ ବିଲ ପାରିତ ହୋଇଛି। ଏହି ବିଲ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟି ଯାଇଛି। ପୌରାଞ୍ଚଳ ଆଇ ସଂଶୋଧନ ବିଲ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ। ଏସସି, ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ମଧ୍ୟରେ ରହିବ। ସଂରକ୍ଷଣ ବ୍ୟବସ୍ଥା ୫୦% ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭% ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ।
ପୌରାଞ୍ଚଳ ଆଇନ ସଂରୋଧନ ବିଲ ଅନୁସାରେ ପ୍ରଥମେ ଏସ୍ସି ଓ ଏସଟିଙ୍କୁ ସଂରକ୍ଷଣ ଦିଆଯିବ। ଏସସି ଓ ଏସଟିଙ୍କୁ ସଂରକ୍ଷଣ ଦିଆଯିବା ପରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯିବ। ଆସନର ଅବଶିଷ୍ଟ ଅଂଶଗୁଡ଼ିକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ। ତେବେ ପଛୁଆ ବର୍ଗଙ୍କ ସଂରକ୍ଷିତ ଆସନ ୨୭%ରୁ ଅଧିକ ହେବ ନାହିଁ ବୋଲି କୁହାଯାଇଛି।



