www.samajalive.in
Thursday, December 11, 2025
16.1 C
Bhubaneswar

ଗଛରୁ ପଡିଥିବା ଅଧାଖିଆ ଫଳ ନ ଧୋଇ ଖାଇବା ହୋଇପାରେ ବିପଦଜନକ – ଏମସ ନିପା ସଂକ୍ରମଣ ବିଶେଷଜ୍ଞ

କେରଳରେ ଜଣେ ୧୨ ବର୍ଷୀୟ ବାଳକର ନିପା ଭାଇରସ ଜନିତ ମୃତ୍ୟୁ ଘଟିଥିବା ବେଳେ ବିଶେଷଜ୍ଞମାନେ ଏହି ସଂକ୍ରମଣର ମୂଳକୁ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନିପା ଭୁତାଣୁ ପଶୁମାନଙ୍କଠାରୁ ମଣିଷକୁ ଡେଇଁବା ପରେ ଅତ୍ୟଧିକ ସଂକ୍ରାମକ ହୋଇଥାଏ ଏବଂ ଏହାଯୋଗୁଁ ଅଧିକ ସଂଖ୍ୟାରେ ମୃତ୍ୟୁ ମଧ୍ୟ ହୋଇଥାଏ। ଏହି ଭୂତାଣୁ ବିଷୟରେ ଲୋକଙ୍କୁ ସଚେତନ କରାଇ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ମେଡିସିନ୍ ବିଭାଗର ପ୍ରଫେସର ଡଃ ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ଲୋକମାନେ ଅଧାଖିଆ ଫଳ ଖାଇବାକୁ ଏଡ଼ାଇବା ଉଚିତ୍, ବିଶେଷ କରି ଏହାକୁ ନ ଧୋଇ ଖାଇବା ବିପଦପୂର୍ଣ୍ଣ ହୋଇପାରେ। ଏହି ଅଧାଖିଆ ଫଳ ଭୁତାଣୁ ବାହକ ବୋଲି ଡଃ ଆଶୁତୋଷ କହିଛନ୍ତି।

ସେ କହିଛନ୍ତି, ପତିତ ଫଳ ଖାଇବାର ପ୍ରଲୋଭନ ଏବଂ ବିଶେଷ କରି ଏହାକୁ ନ ଧୋଇ ଖାଇବା ଫଳରେ ଭୁତାଣୁ ପଶୁଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପୁଛି। ସେହି ଫଳଗୁଡିକ ଉପରେ ନିର୍ଭର କରୁଥିବା ବାଦୁଡ଼ି ଭୁତାଣୁ ବାହକ ହୋଇଥିବାରୁ ସେହି ଅଧାଖିଆ ଫଳ ଖାଇବା ଦ୍ୱାରା ମଣିଷ ଓ ପଶୁ ମଧ୍ୟ ସଂକ୍ରମିତ ହୋଇଥାନ୍ତି। ଏହି ରୋଗ ପାଇଁ ଆମର ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ବୋଲି ସେ କହିଛନ୍ତି।

- Advertisement -

ଏହାର ଉତ୍ସକୁ ଚିହ୍ନିବା ଉପରେ ଗୁରୁତ୍ୱ ଦେଇ ଡଃ ବିଶ୍ୱାସ କହିଛନ୍ତି, ଏହି ଭୂତାଣୁ ମନୁଷ୍ୟ ଦେହ ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଏହାର ସଂକ୍ରମଣ ଗତି ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ନିପା ଭାଇରସ ସଂକ୍ରମଣ ଫଳ ବାଦୁଡ଼ି ଦ୍ୱାରା ହୋଇଥାଏ ଏବଂ ଏହା ମଣିଷ ତଥା ପଶୁମାନଙ୍କ ପାଇଁ ସାଂଘାତିକ ଅଟେ। ଶ୍ୱାସକ୍ରିୟାରେ ସମସ୍ୟା ସହ ଏହି ସଂକ୍ରମଣ ଯୋଗୁ ଜ୍ୱର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ମଧ୍ୟ ହୋଇପାରେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories