www.samajalive.in
Monday, December 15, 2025
26.1 C
Bhubaneswar

‘ସମାଜ’ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ‘ସମାଜ’ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ଗୁରୁବାର ସନ୍ଧ୍ୟାରେ ଏମ୍‌ସରେ ପରଲୋକ ହୋଇଯାଇଛି। ତାଙ୍କୁ ୮୭ବର୍ଷ ହୋଇଥିଲା। ତାଙ୍କ ମର ଶରୀର ବରମୁଣ୍ଡା ହାଉସିଂବୋର୍ଡ ବାସଭବନକୁ ଅଣାଯିବା ପରେ ବିଶିଷ୍ଟ ବ୍ୟକ୍ତିବିଶେଷ, ଶୁଭେଚ୍ଛୁଙ୍କ ସୁଅ ଛୁଟିଥିଲା।

ଗଞ୍ଜାମ ଜିଲା ସୋରଡ଼ାରେ ୧୯୩୬ରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ମିଶ୍ର। ‘ଇଷ୍ଟର୍ଣ୍ଣ ଟାଇମ୍‌ସ’ରୁ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ବଙ୍ଗଳା ଖବରକାଗଜ ‘ଅମୃତବଜାର ପତ୍ରିକା’, ‘ସମ୍ବାଦ’ରେ ବାର୍ତ୍ତା ସମ୍ପାଦକ ଭାବେ ସେ କାମ କରିଥିଲେ। ୧୯୯୬ରେ ବ୍ରହ୍ମପୁରରୁ ପ୍ରକାଶିତ ଦୈନିକ ‘ଅନୁପମ ଭାରତ’ର ପ୍ରତିଷ୍ଠାତା ସମ୍ପାଦକ ଭାବେ ସେ କାର୍ଯ୍ୟଭାର ଗ୍ରହଣ କରି ଓଡ଼ିଆ ସାମ୍ବାଦିକତା ଜଗତରେ ଏକ ବିପ୍ଳବ ଆଣିଥିଲେ। ସେ ମଧ୍ୟ ‘ସମାଜ’ ଓ ଫିଚର ପତ୍ରିକା ‘ଆମ ସମୟର ପ୍ରତିନିଧି’ର ସମ୍ପାଦକ ଭାବେ ନିଷ୍ଠାର ସହ ଦାୟିତ୍ବ ତୁଲାଇଥିଲେ। ଅନେକ ସାମ୍ବାଦିକଙ୍କ ମାର୍ଗଦର୍ଶକ ସାଜିଥିଲେ ଶ୍ରୀ ମିଶ୍ର। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଜ୍ୟୋତିର୍ମୟୀ ମିଶ୍ର ଏବଂ ଦୁଇ କନ୍ୟା ସଙ୍ଗୀତା ଓ ସୌମ୍ୟାଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

- Advertisement -

ଶ୍ରୀ ମିଶ୍ରଙ୍କ ବିୟୋଗରେ ଓଡ଼ିଆ ସାମ୍ବାଦିକତା ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି ହେଲା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories