ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ରକ୍ତ ବୁହାଇ ଦେବାର ଖୋଲାଖୋଲି ଧମକ ଦେଇଥିବା ବିଜେପିର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ସିଂହଙ୍କୁ ଶୁକ୍ରବାର ପୁଲିସ୍ ଗିରଫ କରିଛି।
ପ୍ରକାଶ ଯେ ପୂର୍ବତନ ବିଧାୟକ ସୁରେନ୍ଦ୍ର କହିଥିଲେ ଯେ ରାସ୍ତାରେ ରକ୍ତ ବହିବ ଓ ସେ ରକ୍ତ କମଲନାଥ (ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ)ଙ୍କର ହେବ। ସୁରେନ୍ଦ୍ର ନାଥ ଧମକ ଦେଉଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଭୋପାଳଠାରେ ବିଧାନସଭା ବାହାରେ କଂଗ୍ରେସ ବିରୋଧରେ ପ୍ରଦର୍ଶନ ସମୟରେ ସୁରେନ୍ଦ୍ର ଏହି ଧମକ ଦେଇଥିଲେ। ଏନେଇ ଭୋପାଳ ଟିଟି ନଗର ଥାନାରେ ମାମଲା ରୁଜୁ ହୋଇଥିଲା। ଏବେ ତାଙ୍କୁ ପୁଲିସ୍ ଗିରଫ କରିଛି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଆକ୍ରମଣ ଧମକ ଦେଇଥିବା ବିଜେପିର ପୂର୍ବତନ ବିଧାୟକ ଗିରଫ
Popular Categories



