www.samajalive.in
Tuesday, December 9, 2025
16.1 C
Bhubaneswar

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ

ଢେଙ୍କାନାଳ/ଗୁରୁଡ଼ିଝାଟିଆ: ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଭୁବନେଶ୍ଵରରେ ଗୋଟିଏ , ହାଇଦ୍ରାବାଦରେ ୨ଟି ଫ୍ଲାଟ୍ ଠାବ ହୋଇଛି। ସେହିପରି ଭୁବନେଶ୍ଵର ଓ ଢେଙ୍କାନାଳରେ ତାଙ୍କର ୮ଟି ଫ୍ଲାଟ୍ ରହିଛି।  ଆଠଗଡରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ୍ ଠାବ ହେବା ସହ ୧ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା , ନଗଦ ୫.୧୫ ଲକ୍ଷ ଟଙ୍କା ଜବତ ହୋଇଛି। ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଭିଜିଲାନ୍ସ ବିଭାଗ ଠାବ କରିଛି।  ବିଭୁଦାନନ୍ଦଙ୍କର ୫ ଏକର ପରିମିତ ଫାର୍ମହାଉସର ଶୀତତାପ ନିୟନ୍ତ୍ରିତ କୋଠରିରେ ୪ ମୟୂର, ହଂସ, କୁକୁଡା, ଠେକୁଆ, ବତକ ଆଦି ଜୀବଜନ୍ତୁ ରହିଛନ୍ତି। ଏହି ଫାର୍ମହାଉସରେ ଆମୋଦପ୍ରମୋଦ ପାଇଁ ଶୀତତାପ ନିୟନ୍ତ୍ରିତ ବଙ୍ଗଳା, ବିଭିନ୍ନ ନାମୀଦାମୀ କମ୍ପାନୀର ସୌଖୀନ ଆସବାବପତ୍ର, ବିଭିନ୍ନ ପଥର ପ୍ରତିମୂର୍ତ୍ତି ରହିଛି। ଫାର୍ମ ହାଉସଟି ଏକ ପାର୍କର ଭ୍ରମ ସୃଷ୍ଟି କରୁଛି। ଏହା ତାଙ୍କ ସମ୍ପର୍କୀୟ ପ୍ରଣତି ମିଶ୍ରଙ୍କ ନାମରେ ସରକାରୀ ଯୋଜନା ଅନୁଯାୟୀ କରାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୯୯ଲକ୍ଷ ୯୫ ହଜାର ଟଙ୍କା ଅଟକଳରେ ନିର୍ମିତ ଫାର୍ମରେ ୨୨ ହଜାର କୁକୁଡ଼ା ଓ ଅନ୍ୟଟିରେ ୯୫ ଲକ୍ଷ ୫୦ ହଜାର ଟଙ୍କା ଅଟକଳରେ ନିର୍ମିତ ଫାର୍ମରେ ୧୫ହଜାର କୁକୁଡ଼ା ରହିବାର କ୍ଷମତା ରହିଛି। ଯାଞ୍ଚବେଳେ ଉପସ୍ଥିତ ଢେଙ୍କାନାଳ ଜିଲା ଭାପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶୁଭଲକ୍ଷ୍ମୀ ସାହୁ କହିଛନ୍ତି ଯେ ଜଣେ ବନାଞ୍ଚଳ ଅଧିକାରୀଙ୍କ ଆବଦ୍ଧରେ ମୟୂର ରଖିବା ଆଇନ ସମ୍ମତ ନୁହେଁ। ତେଣୁ ବନ୍ୟ ପ୍ରାଣୀ ଦଫାରେ ତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି। ପୂର୍ବରୁ ରେଞ୍ଜର ବିଭୁଦାନନ୍ଦଙ୍କ ନାମରେ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଗୁରୁବାର ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଦଳ ଜଣେ କମାଣ୍ଡାଣ୍ଟ, ୭ ଡିଏସ୍‌‌ପିଙ୍କ ନେତୃତ୍ୱରେ ସମାନ୍ତରାଳ ଭାବେ ଚଢ଼ଉ କରିଥିଲେ। ଚଢ଼ଉରେ ଢେଙ୍କାନାଳ ରତନବଜାରସ୍ଥିତ ବାସଭବନ, ସଦର ରେଞ୍ଜ କାର୍ଯ୍ୟାଳୟ, ସରକାରୀ ବାସଭବନ, ଆଠଗଡ଼ ବୀରକିଶୋରପୁରସ୍ଥ ପୈତୃକ ବାସଭବନ, ଖୁଣ୍ଟୁଣୀଠାରେ ଥିବା ଏକ ଫାର୍ମହାଉସ, କଟକ ସହିତ ଭୁବନେଶ୍ୱରର ୮ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories