www.samajalive.in
Saturday, December 6, 2025
15.1 C
Bhubaneswar

ବନ ବିଭାଗର କାର୍ଯ୍ୟାନୁଷ୍ଠାନ : ଖାତ ଖୋଳି ରାସ୍ତା କଲେ ବନ୍ଦ

ଗଡମଧୁପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ କୁସୁନପୁର ପିଆରଏଫ (ସଂରକ୍ଷିତ ଜଙ୍ଗଲ) ରେ ଆଜି ସକାଳୁ ବନପାଳ ସଦଳବଳ ଚଢଉ କରି ଖାଦାନକୁ ସଂଯୋଗ କରୁଥିବା ପହାଡରାସ୍ତାକୁ ଖାତଖୋଳି ବନ୍ଦ କରିଛନ୍ତି। ଏକ ଜେସିବି ମେସିନ ସାହାଯ୍ୟରେ ଏହି ପାହାଡ ରାସ୍ତାକୁ ଖୋଳି ବନ୍ଦ କରିଛନ୍ତି। ଖବର ଅନୁଯାଇ ଏହି ପାହାଡକୁ ଆଜକୁ ଦୀର୍ଘ ବର୍ଷଧିରି ସ୍ଥାନୀୟ ପଥର ମାଫିଆମାନେ ଖୋଳିତାଡି ରାଜସ୍ୱ ଫାଙ୍କି ଅର୍ଥ ଆତ୍ମସାତ କରୁଥିବା ବେଳେ ବିଭାଗ କେବଳ ଖାତ ଖୋଲିବା ଓ ତାରବାଡ ବୁଲାଇବାରେ ଲାଗିଛି। ଆଜକୁ ଦୀର୍ଘ ବର୍ଷ ଧରି ଏହି ପହାଡରେ ପଥର ମାଫିଆ ଓ ବନ ବିଭାଗ ମଧ୍ୟରେ ଲୁଚକାଳି ଖେଳ ଜାରି ରହିଥିଲେ ମଧ୍ୟ ବନବିଭାଗ ଏହି ଖେଳରେ କେବେ ହେଲେ ଜିତିବାକୁ ପୁରାମାତ୍ରାରେ ଚେଷ୍ଟା କରିଥିବା ଭଳି ମନେ ହେଉନାହିଁ। ଏହା ଏକ ପାରମ୍ପରିକ ଯୋଜନା ଭଳି କାର୍ଯ୍ୟ କରୁଛି। ଏହାରି ଭିତରେ ଏହି ଜଙ୍ଗଲ ଜମିରୁ ଅର୍ଦ୍ଧାଧିକ ପଥର ଖୋଳି ମାଫିଆମାନେ ଲୁଟି ନେଇଥିବା ଦେଖିବାକୁ ମିଳୁଛି। ତେବେ ବନ ବିଭାଗର ଏଠାରେ ଥିବା ପହରା କେତେଦୂର କାର୍ଯ୍ୟ କରୁଛି ତାହା ପାହାଡର ଅବସ୍ଥାକୁ ଦେଖିଲେ ଜଣାପଡୁଛି ବୋଲି ପରିବେଶବିତମାନେ ଅଭିଯୋଗ କରିଛନ୍ତି। ବନପାଳ ରଂଜନ ମିଶ୍ର ଆଗକୁ ଏହି ପାହାଡରେ ଧରପଗଡ ଯୋରଦାର କରାଯିବ ବୋଲି କହିଛନ୍ତି। ତେବେ ପୂର୍ବରୁ ଅନେକ ଥର ଏହିଭଳି ଆଶ୍ୱାସନା ଅନେକ ବନପାଳ ଦେଇଥିବା ବେଳେ ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ତାହା ଦୃଶ୍ୟମାନ। ଆଜିର ଏହି କାର୍ଯ୍ୟକ୍ରମରେ ବନପାଳ ରଂଜନ କୁମାର ମିଶ୍ର, କୈଳାଶ ଚନ୍ଦ୍ର ବେହେରା, ସେକ ଜାଭିର, ସତ୍ୟାନନ୍ଦ ବାହାଲିଆ, ସମ୍ବିତ ରାଉତ, ପ୍ରଭାସ ସାହାଣି, ରାଜକିଶୋର ଦାସ ଏବଂ ଜେନାପୁର ଥାନର ଜଣେ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories