ଫୁଲବାଣୀ : କନ୍ଧମାଳ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଦେ ତରଫରୁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତି ଗୌରବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ପେଟ୍ରୋଲ ଛକଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ଏବିଭିପିର ରାଜ୍ୟ ସଂପାଦକ ଶଶୀକାନ୍ତ , ରାଜ୍ୟ ସହ ସଂପାଦିକା କବିତା କହଁର , ଜିଲା ଛାତ୍ରୀ ପ୍ରମୁଖ ତଅପୋଇ କହଁର , ଫୁଲବାଣୀ ନଗର ସଂପଦାକ ଦିବ୍ୟ ରଂଜନ ଡ଼ାକୁଆ , ରଜନନ୍ଦିନୀ ସାହାଣୀ ,ସୁବ୍ରତ ବେହେରା ,ରଜତ ମହାପାତ୍ର , କାଶିନାଥ ଗଣ୍ଡ ,ଜିଲା ପ୍ରମୁଖ ଶିବାଶିଷ୍ ପଣ୍ଡା ,ଫୁଲବାଣୀ ନଗର ବିସ୍ତାରକ ଟୁକୁନା ମଲିକ , ଟିକବାଲି ନଗର ସଂପଦାକ ଅମିତ୍ ବେହେରା ,ରୁଦ ପ୍ରସାଦ ସେଠୀ ଓ ବହୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ଅବସରରେ କର୍ମକର୍ତ୍ତାମାନେ ବିର୍ସା ମୁଣ୍ଡାଙ୍କ ଆଦର୍ଶକକୁ ନିଜ ଜୀବନରେ ମଧ୍ୟ ପ୍ରୟୋଗ କରିବା ପାଇଁ ସଂକଳ୍ପ ନେଇଥିଲେ।
Popular Categories



