www.samajalive.in
Friday, December 12, 2025
16.1 C
Bhubaneswar

ଇସ୍ରାଏଲ–ହମାସ ବିବାଦ : ଯୁଦ୍ଧ ବିରତି ପାଇଁ ଜି-୭ ବିଦେଶ ମନ୍ତ୍ରୀଙ୍କ ଆହ୍ୱାନ

ଟୋକିଓ :  ମାନବୀୟ ସହାୟତା ପାଇଁ ଇସ୍ରାଏଲ–ହମାସ ବିବାଦରେ ଯୁଦ୍ଧ ବିରତି ପାଇଁ ଜି-୭ ଦେଶ ଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଆହ୍ୱାନ ଦେଇଛନ୍ତି।

ବୁଧବାର ସନ୍ଧ୍ୟାରେ ଟୋକିଓରେ ଜି-୭ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଶେଷ ହୋଇଛି । ଜାପାନ ବୈଦେଶିକ ମନ୍ତ୍ରୀ କାମିକାୱା ୟୋକୋ ଦୁଇଦିନ ଧରି ଚାଲିଥିବା ବୈଠକର ଫଳାଫଳ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ
ଘୋଷଣା କରିଛନ୍ତି । ଜି-୭ ବୈଦେଶିକ ମନ୍ତ୍ରୀମାନେ ହମାସ ଓ ଅନ୍ୟ ଗୋଷ୍ଠୀଗୁଡ଼ିକ ଦ୍ୱାରା ସନ୍ତ୍ରାସବାଦୀ ଆକ୍ରମଣ ଗୁଡ଼ିକୁ କଟୁଭାଷାରେ ନିନ୍ଦା କରିଛନ୍ତି ଓ ପଣବନ୍ଦୀ ମାନଙ୍କୁ ଶୀଘ୍ର ମୁକ୍ତ କରାଯିବାକୁ ଚାହିଁଛନ୍ତି । ଗାଜା ଷ୍ଟ୍ରିପ୍‌‌ରେ ମାନବୀୟ ସଂକଟର ଅବସାନ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ସେମାନେ ଏକମତ ହୋଇଛନ୍ତି। ଏଥିପାଇଁ ମାବନୀୟ କରିଡର ସ୍ଥାପନ ସକାଶେ ଯୁଦ୍ଧବିରତି ଲାଗି ସେମାନେ ସମର୍ଥନ କରିଛନ୍ତି।
ଜି-୭ ଦେଶ ଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଦ୍ୱିପକ୍ଷୀୟ ସମାଧାନ ପନ୍ଥା ବାହାର କରାଯିବାକୁ କହିଛନ୍ତି। ଏହି ସମାଧାନ ଅନୁସାରେ ଇସ୍ରାଏଲ ଏକ ସ୍ୱାଧୀନ ପାଲେଷ୍ଟିନୀୟ ରାଷ୍ଟ୍ର ସହ ସହାବସ୍ଥାନ କରିବାକୁ କୁହାଯାଇଛି। ଏହା ଦ୍ୱାରା ସେଠାରେ ସ୍ଥାୟୀ ଶାନ୍ତି ସ୍ଥାପନ ହୋଇପାରିବ ବୋଲି ସେମାନେ କହିଛନ୍ତି । ବୈଠକରେ ପ୍ରକାଶିତ ବିବୃତ୍ତିରେ ଆନ୍ତର୍ଜାତିକ ଆଇନ ଅନୁସାରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଇସ୍ରାଏଲର ଅଧିକାରକୁ ସ୍ୱୀକୃତି ପ୍ରଦାନ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories