ଚୌଦ୍ୱାର : ଚୌଦ୍ୱାର ସହରାଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ସୌଭିକ୍ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ୧୯ନଂ ୱାର୍ଡ ଫେଜ-୨ ହାଉସିଂବୋର୍ଡ଼ରେ ନବ ନିର୍ମିତ ରାସ୍ତା, ଫେଜ-୧ରେ ପେବର ରାସ୍ତା ଏବଂ ୧୦ନଂ ୱାର୍ଡ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ପରିସରରେ ନିର୍ମିତ ଶୌଚାଳୟ(ଲୁ)ର ଉଦ୍ଘାଟନ କରିଥିଲେ। ସ୍ଥାନୀୟ ଇମ୍ଫା କମ୍ପାନୀ ତରଫରୁ ବଧୀ ଶ୍ମଶାନରେ ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଶବଦାହ ଗୃହକୁ ବିଧାୟକ ଶ୍ରୀ ବିଶ୍ୱାଳ ଉଦ୍ଘାଟନ କରିଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ନିର୍ବାହୀ ଅଧିକାରୀ ସଂଞ୍ଜୀବ କୁମାର ମହାପାତ୍ର , ଇମ୍ଫାର ସାଧାରଣ ପ୍ରଶାସକ ଲଲାଟ କିଶୋର ମହାପାତ୍ର, ସାଧାରଣ ପ୍ରଶାସକ ସୁଜିତ୍ କୁମାର ମିଶ୍ର, ଜି.ସାରଦା ପ୍ରସାଦ ରାଓ, ମାନସ ରଞ୍ଜନ ପ୍ରଧାନ, ଆଶିଷ ଦାସ ଓ ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ, କାଉନସିଲର ବିଜୟ ମଲ୍ଲିକ, ସୁବ୍ରତ ସାମଲ, ପୌରଯନ୍ତ୍ରୀ ଶୁଭଶ୍ରୀ ବେହେରା, ସଞ୍ଜୟ ସାମଲ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ।
Popular Categories



