www.samajalive.in
Thursday, December 11, 2025
15.1 C
Bhubaneswar

ଗୁନାରେ ନିର୍ବାଚନୀ ସଭା : କଂଗ୍ରେସ ଉପରେ ବର୍ଷିଲେ ମୋଦୀ

ଗୁନା(ମଧ୍ୟପ୍ରଦେଶର) : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅବସରରେ ଗୁନାଠାରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସକୁ ବିକାଶର ବିରୋଧୀ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଦଳର କୌଣସି ଦୂରଦୃଷ୍ଟି ନାହିଁ କିମ୍ବା ଭବିଷ୍ୟତ ଯୋଜନା ନାହିଁ । ସେ କହିଛନ୍ତି, କଂଗ୍ରେସ ସ୍ଥାନୀୟ ସାମଗ୍ରୀର ବିକାଶ ପାଇଁ ଇଚ୍ଛୁକ ନୁହେଁ । କିନ୍ତୁ ତାଙ୍କ ସରକାର ‘ଭୋକାଲ ଫର୍‌‌ ଲୋକାଲ’ ଲାଗୁ କରିଛନ୍ତି।

ସରକାର ଖୁବ୍‌‌ଶୀଘ୍ର ସୌରଶକ୍ତି ଯୋଜନା ପ୍ରଣୟନ କରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସୌରଶକ୍ତି ଲୋକମାନଙ୍କର ବିଜୁଳି ବିଲ୍‌‌ ଶୂନ୍ୟସ୍ତରକୁ ଆଣିବା ସହ ଲୋକମାନେ ସୌରଶକ୍ତି ବିକ୍ରୟ କରି ଅର୍ଥ ଉପାର୍ଜନ କରି ପାରିବେ। ମଧ୍ୟପ୍ରଦେଶର ଗୁନାଠାରେ ଏକ ନିର୍ବାଚନୀ ସଭାରେ ଉଦ୍‌‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଧୂଆଁଠାରୁ ସୁରକ୍ଷିତ ରଖାଯାଇଛି। ଗ୍ୟାସ୍‌‌ ସିଲିଣ୍ଡରର ଦାମ୍‌‌ ମଧ୍ୟ ୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ସେ କହିଛନ୍ତି, ପାଇପ୍‌‌ ଯୋଗେ ରନ୍ଧନ ଗ୍ୟାସ୍‌‌ ଯୋଗାଇ ଦେବା ଉପରେ ସରକାର କାର୍ଯ୍ୟ କରୁଛନ୍ତି। ଏଥିରେ ଲୋକମାନେ ଶସ୍ତାରେ ରନ୍ଧନ ଗ୍ୟାସ ପାଇପାରିବେ।
ଦୀପାବଳୀ ସମୟରେ ସ୍ଥାନୀୟ ସାମଗ୍ରୀ କିଣିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ଏହାର ସେଲ୍‌‌ଫି ଉଠାଇ ନମୋ ଆପ୍‌‌ରେ ପଠାଇବାକୁ ସେ କହିଛନ୍ତି। ସେ କହିଛନ୍ତି, ବିଜେପିର ଡବଲ ଇଞ୍ଜିନ୍‌‌ ସରକାର ସର୍ବଦା ଜନକଲ୍ୟାଣ କାର୍ଯ୍ୟ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନାର ଉଲ୍ଲେଖ କରି ସେ କହିଛନ୍ତି, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ମିଳୁଥିବାରୁ ଗରିବ ଲୋକମାନେ ୧ ଲକ୍ଷ କୋଟି ଟଙ୍କା ସଞ୍ଚୟ କରି ପାରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ କୋଟି ଘର ନିର୍ମାଣ କରାଯାଇଛି ଓ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଘର ମହିଳା ମାନଙ୍କ ନାମରେ ରହିଛି। ଫଳରେ ମହିଳାମାନେ କ୍ଷମତାପନ୍ନ ହୋଇଛନ୍ତି । ‘ପିଏମ୍‌‌ ମାତୃବନ୍ଦନ’ ଯୋଜନା ବିଷୟରେ ସେ କହିଛନ୍ତି, ସରକାର ସର୍ବଦା ମହିଳାମାନଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories