www.samajalive.in
Saturday, December 6, 2025
23.1 C
Bhubaneswar

ମଥାର ଗଠନ ଶୈଳୀରୁ ଜାଣନ୍ତୁ ଆପଣଙ୍କ ସ୍ୱଭାବ ଓ ଭବିଷ୍ୟ

ହସ୍ତରେଖା ଜ୍ୟୋତିଷ ଶାସ୍ତ୍ରର ଅଧ୍ୟୟନରୁ ହସ୍ତରେ ଥିବା ବିଭିନ୍ନ ରେଖା ଓ ଭିନ୍ନ ଭିନ୍ନ ଦାଗରୁ ବ୍ୟକ୍ତିଙ୍କ ଭବିଷ୍ୟ ଓ ସ୍ୱଭାବ ବିଷୟରେ ବହୁ କିଛି ତଥ୍ୟ ଜଣାପଡ଼ିଥାଏ। ଏତଦ ବ୍ୟତୀତ ମଥାର ଗଠନ ଶୈଳୀରୁ ମଧ୍ୟ ବ୍ୟକ୍ତିଙ୍କ ସ୍ୱଭାବ ଓ ଭବିଷ୍ୟ ବିଷୟରେ ବହୁ କିଛି ଜଣାପଡ଼ିଥାଏ। ଜାଣନ୍ତୁ ମଥାରେ ଥିବା ରେଖା ଓ ଗଠନ ଶୈଳୀରୁ ବ୍ୟକ୍ତିଙ୍କ ସ୍ୱଭାବ ଓ ଭାଗ୍ୟ….
ସମୁଦ୍ରଶାସ୍ତ୍ର ଅନୁଯାୟୀ ଯେଉଁମାନଙ୍କର ମଥାର ଆକାର ବଡ଼ ହୋଇଥାଏ , ସେମାନଙ୍କର ବୁଦ୍ଧି ଖୁବ ଅଧିକ। ଏଭଳି ବ୍ୟକ୍ତିମାନେ ନିଜର ଜ୍ଞାନକୌଶଳ ଓ ଚାଲାକ ଗୁଣ ଯୋଗୁ ସହଜରେ କାର୍ଯ୍ୟ ହାସଲ କରିପାରିଥାଆନ୍ତି।
ଯେଉଁ ବ୍ୟକ୍ତିମାନଙ୍କର ମଥା ଅଧିକ ବଡ଼ ହୋଇଥାଏ , ଏମାନେ ଖୁବ ଜ୍ଞାନୀ ଓ ବୁଦ୍ଧିମାନ ଅଟନ୍ତି। ଜୀବନରେ ନିଜ କାର୍ଯ୍ୟକଳାପ ଦ୍ୱାରା ଏମାନେ ସଫଳତା ପାଇଥାଆନ୍ତି।
ଯେଉଁ ବ୍ୟକ୍ତିଙ୍କର ମଥାର ଚଉଡ଼ା କମ ହୋଇଥାଏ, ସେମାନେ ଭାବୁକ ସ୍ୱଭାବର ଅଟନ୍ତି। ଏଭଳି ସ୍ୱଭାବର ବ୍ୟକ୍ତି ନିଜର ବୁଦ୍ଧି ଓ କାର୍ଯ୍ୟଦକ୍ଷତାକୁ ଅନ୍ୟର କହିବା ପରେ ବ୍ୟବହାର କରିଥାଆନ୍ତି।
ଯେଉଁ ବ୍ୟକ୍ତିମାନଙ୍କର ମଥା ଚିକ୍କଣ ଓ ମଥାର ଚମକ ଅଧିକ ଥାଏ, ଏଭଳି ବ୍ୟକ୍ତି ପ୍ରତିଭାଶାଳୀ ଓ ଗୁଣବାନ ଅଟନ୍ତି। ନିଜର ପ୍ରତିଭା ଓ ଜ୍ଞାନ କାରଣରୁ ଧନସମ୍ପତ୍ତି ମଧ୍ୟ ଅର୍ଜନ କରିଥାଆନ୍ତି।
ଯେଉଁ ବ୍ୟକ୍ତିଙ୍କର ମଥାର ରେଖା ଅଧିକ ଓ ଗଭୀର ଥାଏ, ସେମାନେ ଦୀର୍ଘାୟୁ ଅଟନ୍ତି। ସମସ୍ତ କାର୍ଯ୍ୟକୁ ଭଲ ଭାବେ ବୁଝିବିଚାରି କରିଥାଆନ୍ତି।
ଯେଉଁ ବ୍ୟକ୍ତିଙ୍କର ମଥା ସାମ୍ନା ପଟକୁ ବାହାରି ରହିଥାଏ, ସେମାନେ ଖୁବ ପ୍ରତିଭାଶାଳୀ ଓ ତୀବ୍ର ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଅଟନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories