www.samajalive.in
Monday, December 15, 2025
26.1 C
Bhubaneswar

ଫୋର୍ବ୍ସ ଧନୀ ତାଲିକା: ପୁଣି ଶୀର୍ଷରେ ଅମ୍ବାନୀ

ନୂଆଦିଲ୍ଲୀ: ଫୋର୍ବ୍ସ ପକ୍ଷରୁ ଚଳିତ ବର୍ଷ ଭାରତର ୧୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ଗୁରୁବାର ପ୍ରକାଶ ପାଇଛି। ୨୦୨୧ରେ ମଧ୍ୟ ରିଲାଏନ୍ସ ଏଣ୍ଟରପ୍ରାଇଜେସ୍‌ ମାଲିକ ମୁକେଶ ଅମ୍ବାନୀ ଦେଶର ଧନୀ ତାଲିକାର ଶୀର୍ଷରେ ରହିଛନ୍ତି। ଏଥିସହ ଲଗାତର ୧୪ ବର୍ଷ ଧରି ଅମ୍ବାନୀ ଦେଶର ସୁବୁଠାରୁ ଧନୀ ବ୍ୟକ୍ତି ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି। ୨୦୦୮ ମସିହାରୁ ସେ ଏହି ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ତାଙ୍କ ସମ୍ପତ୍ତି ୪ ବିଲିୟନ ଡଲାର ବୃଦ୍ଧି ପାଇ ୯୨.୭ ବିଲିୟନ ଡଲାରରେ ପହଞ୍ଚିଛି।

ଆଦାନୀ ଗ୍ରୁପ୍‌ ମାଲିକ ଗୌତମ ଆଦାନୀ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୭୪.୮ ବିଲିୟନ ଡଲାର, ଯାହା ମୁକେଶ ଅମ୍ବାନୀଙ୍କଠାରୁ ୧୭.୯ ବିଲିୟନ ଡଲାର କମ୍‌।

- Advertisement -

ସେହିପରି ଏଚସିଏଲ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍‌ ଶିବ ନାଡର ଧନୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ସମ୍ପତ୍ତି ୧୦.୬ ବିଲୟନ୍ ଡଲାର ବୃଦ୍ଧି ପାଇ ୩୧ ବିଲୟନ ଡଲାରରେ ପହଞ୍ଚିଛି।

ଆଭେନ୍ୟୁ ସୁପରମାର୍ଟର ୬୬ ବର୍ଷୀୟ ରାଧାକିଷନ ଦମାନୀ ୨୯.୪ ବିଲୟନ ଡଲାରର ସମ୍ପତ୍ତି ସହ ଭାରତର ଚତୁର୍ଥ ଧନୀ ବ୍ୟକ୍ତି ପାଲଟିଛନ୍ତି।

ସିରମ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ସାଇରସ୍‌ ପୁନାୱାଲା ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୧୯ ବିଲିୟନ ଡଲାର।

ତାଲିକାର ଷଷ୍ଠ ସ୍ଥାନରେ ୭୧ ବର୍ଷୀୟ ଲକ୍ଷ୍ମୀ ମିତ୍ତଲ ରହିଛନ୍ତି। ଆର୍ସେଲର ମିତ୍ତଲର ସିଇଓ ଲକ୍ଷ୍ମୀ ମିତ୍ତଲ ୧୮.୮ ବିିଲିୟନ ଡଲାର ସମ୍ପତ୍ତିର ମାଲିକ।

ଓପି ଜିନ୍ଦଲ ଗ୍ରୁପର ସାବିତ୍ରୀ ଜିନ୍ଦଲ ଦ୍ବିତୀୟ ଥର ପାଇଁ ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସାମିଲ ହୋଇଛନ୍ତି। ସେ ତାଲିକାର ୭ମ ସ୍ଥାନରେ ଅଛନ୍ତି। ତାଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୧୮ ବିଲିୟନ ଡଲାର।

କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କର ୬୨ ବର୍ଷୀୟ ଉଦୟ କୋଟକଙ୍କ ମୋଟ୍‌ ସମ୍ପତ୍ତି ୧୬.୫ ବିଲିୟନ ଡଲାର ଏବଂ ସେ ଭାରତର ୮ମ ଧନୀ ବ୍ୟକ୍ତି।

୯ମ ସ୍ଥାନରେ ଶାପୁରଜୀ ପଲୋନଜୀ ଗ୍ରୁପ୍‌ର ପଲୋନଜୀ ମିସ୍ତ୍ରୀ ଅଛନ୍ତି। ୯୨ ବର୍ଷୀୟ ମିସ୍ତ୍ରୀ ୧୬.୪ ବିଲିୟନ ଡଲାର ସମ୍ପତ୍ତିର ମାଲିକ।

ତାଲିକାର ୧୦ମ ସ୍ଥାନରେ ଆଦିତ୍ୟ ବିର୍ଲା ଗ୍ରୁପର କୁମାର ବିର୍ଲା ଅଛନ୍ତି। ତାଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୧୫.୮ ବିଲିୟନ ଡଲାର।

ମହାମାରୀର ଦ୍ୱିତୀୟ ବର୍ଷରେ ଭାରତର ସବୁଠାରୁ ଧନୀ ଲୋକଙ୍କର ସମୁଦାୟ ଧନ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଫୋର୍ବସ୍ ଅନୁଯାୟୀ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ହେଉଛି ୭୭୫ ବିଲିୟନ ଡ଼ଲାର୍।

 

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories