୧୩ହଜାର ବର୍ଷ ପୁରାତନ ମନୁଷ୍ୟ ପାଦ ଚିହ୍ନ

0

କାନାଡାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଶେଷଜ୍ଞଙ୍କ ଠାବକୁ ନେଇ ଏବେ ବିଶ୍ବ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ଧରିଛି। ୧୩ହଜାର ବର୍ଷ ପୁରାତନ ମାନବର ପାଦ ଚିହ୍ନ ଏହି ଅଞ୍ଚଳରେ ବିଶେଷଜ୍ଞ ଦଳ ଚିହ୍ନଟ କରିଛନ୍ତି।

ଗବେଷକ ଦଳର ମୁଖ୍ୟଙ୍କ କହିବାନୁସାରେ ୨୯ଜଣ ମାନବଙ୍କର ପାଦ ଚିହ୍ନ ଠାବ ହୋଇଛି। ଦେଶ ଛାଡ଼ି ପଳାୟନ କରୁଥିବା ସମୟର ଏହି ପାଦ ଚିହ୍ନ ବୋଲି ଅନୁମାନ କରୁଯାଉଛି। ପଥର ଉପରେ ଠାବ ହୋଇଥିବା ଏହି ପାଦ ଚିହ୍ନ ନିକଟରେ ଅନ୍ୟ କୌଣସି ବସ୍ତୁ କିମ୍ବା ପଦାର୍ଥ ହସ୍ତଗତ ହୋଇନାହିଁ।

ତେବେ ଆଶ୍ଚର୍ୟ୍ୟର ଘଟଣା ଯେ ଗତ କିଛି ବର୍ଷ ମଧ୍ୟରେ ଭୂତତ୍ତ୍ବବିତମାନେ ନିୟମିତ ଏହି ଅଞ୍ଚଳର ପରୀକ୍ଷାନିରୀକ୍ଷା କରିବା ସତ୍ତ୍ବେ ସେମାନେ ଏହି ପାଦ ଚିହ୍ନକୁ କିପରି ଚିହ୍ନଟ କରିନଥିଲେ?

ପାଦ ଚିହ୍ନ ପରୀକ୍ଷାରୁ ଜଣାପଡ଼ିଛି ଯେ ଏହି ଦଳରେ ୯ଜଣ ମହିଳା ଓ ୨୦ଜଣ ପୁରୁଷ ଥିଲେ। ସେସମୟରେ ଲୋକଙ୍କ ଉଚ୍ଚତା ୬ ଫୁଟରୁ ଅଧିକ ଥିବାର ଅନୁମେୟ।

Leave A Reply