www.samajalive.in
Saturday, December 6, 2025
16.1 C
Bhubaneswar

ଗଣ୍ଠିବାତରୁ ମୁକ୍ତି ପାଇଁ….

ଆଜିକାଲି ଅଧିକାଂଶ ଲୋକ ଗଣ୍ଠିବାତ ସମସ୍ୟା ଭୋଗୁଛନ୍ତି। ଆଶ୍ଚର୍ଯ୍ୟକର କଥା ହେଉଛି ଯୁବପିଢିଙ୍କୁ ମଧ୍ୟ ଏହି ରୋଗ କବଳିତ କରିଛି। ଶରୀରରେ ୟୁରିକ୍‍ ଏସିଡ଼୍‍ର ମାତ୍ରା ବଢିଲେ ଗଣ୍ଠିବାତ ସମସ୍ୟା ଦେଖା ଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବ। ଆସନ୍ତୁ ଜାଣିବା ସେ ବିଷୟରେ-

ମେଥି : ମେଥି ଗଛରେ ଔଷଧୀୟ ଗୁଣ ଭରି ରହିଛି। ତେଣୁ ପ୍ରଥମେ ମେଥିପତ୍ରକୁ ଦେଶୀ ଘିଅରେ ଭାଜି ଦିଅନ୍ତୁ। ତା’ ପରେ ଏହାକୁ ପେଷ୍ଟ କରି ସେଥିରେ ମିଶ୍ରି ମିଶାଇ ଏହାକୁ ଛୋଟ ଛୋଟ ଗୋଲ କରିଦିଅନ୍ତୁ। ଏହାକୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଖାଆନ୍ତୁ।

- Advertisement -

ରସୁଣ : ରସୁଣର ବ୍ୟବହାର ଆୟୁର୍ବେଦିକ ଉପଚାର ପାଇଁ କରାଯାଏ। ପ୍ରତିଦିନ ଦୁଇ କୋଲା ରସୁଣକୁ ମହୁରେ ଭିଜାଇ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ପାଣି : ପାଣି ପିଇବା ସ୍ୱାସ୍ଥ୍ୟପାଇଁ ଉପକାରୀ ଆପଣ ଜାଣିଥିବେ। ଯଦି ଶରୀରରେ ୟୁରିକ ଏସିଡ ମାତ୍ରା ଅଧିକ ଥାଏ, ତେବେ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ। ଏହାଦ୍ୱାରା ପରିସ୍ରାରେ ୟୁରିକ ଏସିଡ ବାହାରିଯାଏ। ଯାହା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର କରେ।

ଲେମ୍ବୁ : ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କି ଲେମ୍ବୁ ରସ ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବ। ଦରଜ ହେଉଥିଲେ ଲେମ୍ବୁ ଖାଇବାକୁ ଅଧିକାଂଶ ଲୋକ ମନା କରନ୍ତି। କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ଲେମ୍ବୁ ରସକୁ ପ୍ରଭାବିତ ଜାଗାରେ ମାଲିସକରିବା ଦ୍ୱାରା ଦରଜ ଏବଂ ଫୁଲାରୁ ମୁକ୍ତି ମିଳେ।

ଘିକୁଆଁରୀ : ପ୍ରାଚୀନ କାଳରେ ଘିକୁଆଁରୀ ବା ଏଲୋଭେରାର ପ୍ରୟୋଗ ଔଷଧ ଭାବେ କରାଯାଉଥିଲା। ଏହାର ଉପଯୋଗ କରିବା ପାଇଁ ପ୍ରଥମେ ଏଲୋଭେରା ଜେଲକୁ ବାହାର କରି ଦରଜ ହେଉଥିବା ଜାଗାରେ ଲଗାନ୍ତୁ। ଏହାକୁ ନିୟମିତ ଲଗାଇବା ଦ୍ୱାରା ଦରଜ ସମସ୍ୟା ଠିକ୍‌ ହୋଇଯାଏ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories