www.samajalive.in
Monday, December 15, 2025
14.1 C
Bhubaneswar

କରୋନା ଟିକା ନେବା ପୂର୍ବରୁ ଓ ପରେ କ’ଣ ଖାଇବେ, କ’ଣ ନ ଖାଇବେ

ଗତ କିଛିଦିନ ହେବ ରେକର୍ଡ଼ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହିତ ଦେଶରେ ଟିକାକରଣକୁ ମଧ୍ୟ ବ୍ୟାପକ କରାଯାଇଛି। ଅନେକ ଲୋକ ଟିକା ନେଇସାରିଥିବା ବେଳେ ଆଉ କିଛି ଲୋକ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। କାରଣ କେତେକ କ୍ଷେତ୍ରରେ କୋଭିଡ଼୍‍ ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଆପଣଙ୍କ ଖାଉଥିବା ଖାଦ୍ୟ ମଧ୍ୟ ଟିକାକରଣ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ସ୍ୱାସ୍ଥ୍ୟକର ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ଏବଂ ସଂକ୍ରମଣ ଆଶଙ୍କା କମ୍‍ ହୋଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ, କରୋନା ଟିକା ନେବା ପୂର୍ବରୁ ଓ ପରେ କେଉଁ ଖାଦ୍ୟ ଖାଇବା ଉଚିତ୍‍ ଏବଂ କ’ଣ ନ ଖାଇବା ଉଚିତ୍‍ –

ଶରୀରର ଜଳୀୟ ଅଂଶ ଯେପରି କମ୍‍ ନ ହୁଏ, ସେଥିପ୍ରତି ଧ୍ୟାଦ ଦେବା ଉଚିତ। କାଣର ଶରୀରରୁ ସୁସ୍ଥ ରଖିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଯେତେବେଳେ ଆପଣ କୋଭିଡ଼୍‍ ଟିକା ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେତେବେଳେ ଅଧିକ ପାଣି ପିଅନ୍ତୁ। ଏହାସହିତ ଏପରି ଫଳ ଖାଆନ୍ତୁ, ଯେଉଁଥିରେ ଜଳ ଓ ଫାଇବର ଭରପୁର ମାତ୍ରାରେ ଥିବ। ଏପରି କରିବା ଦ୍ୱାରା ଟିକା ନେବା ଦ୍ୱାରା ଦେଖା ଦେଉଥିବା ପାର୍ଶ୍ବ ପ୍ରତିକ୍ରିୟାର ପ୍ରଭାବ କମ୍‍ ହୋଇପାରେ।

- Advertisement -

ଏକ ଗବେଷଣା ଅନୁସାରେ, ଏହି କରୋନା ମହାମାରୀ ସମୟରେ ଶରୀରକୁ ସୁସ୍ଥ ରଖିବାକୁ ହେଲେ ସ୍ୱାସ୍ଥ୍ୟକର ଭୋଜନ ନିହାତି ଆବଶ୍ୟକ। କୋଭଡ଼୍‍ ଟିକା ନେବାର କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟକର ଖାଦ୍ୟ ନିୟମିତ ଖାଆନ୍ତୁ। ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ପରିବର୍ତ୍ତେ ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ। ଫାଇବରଯୁକ୍ତ ଫଳ ଏବଂ ଏହାର ରସ ସେବନ କରନ୍ତୁ। ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଫାଇବରଯୁକ୍ତ ଭୋଜନ ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଟିକା ନେବା ବେଳେ ଆପଣଙ୍କୁ ମାନସିକ ସ୍ତରରେ ସୁସ୍ଥ ଓ ସକ୍ରିୟ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ଦଲିଆ, ଓଟ୍‍ଓ, ଭିଟାମିନ୍‍ ଓ ମିନେରାଲ୍‍ଯୁକ୍ତ ଖାଦ୍ୟ ଖାଆନ୍ତୁ। ଚର୍ବି ଓ ଅଧିକ ଶର୍କରାଯୁକ୍ତ ଭୋଜନରୁ ଦୂରେଇ ରୁହନ୍ତୁ।

କରୋନା ଟିକା ନେବା ପୂର୍ବରୁ ଏବଂ ପରେ ଧ୍ୟାନ ରଖନ୍ତୁ ଯେ, ନିଜ ଖାଦ୍ୟ ପ୍ରତି ଯେପରି କୌଣସି ପ୍ରକାର ଅବହେଳା ନ ହୁଏ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇ ଆପଣ ଚେତାଶୂନ୍ୟ ହୋଇପାରନ୍ତି। ତେଣୁ ପୁଷ୍ଟିକର ଖାଦ୍ୟ ଖାଇ ଏହାକୁ ଏଡ଼ାଇ ଦିଆଯାଇପାରିବ। ଶରୀରରେ ଭରପୁର ଜଳୀୟଅଂଶ ରହିବା ସହିତ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଚେତାଶୂନ୍ୟ ଓ ଚାପ ଆଦି ଲକ୍ଷଣକୁ କମ୍‍ କରାଯାଇପାରିବ।

ଟିକାକରଣ ପରେ ଜ୍ୱର, ଶରୀରରେ ଯନ୍ତ୍ରଣା ଏବଂ ଇଞ୍ଜେକ୍ସନ ଦ୍ୱାରା ହେଉଥିବା କଷ୍ଟ ଆଦି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇପାରେ। ଏହି ସମୟରେ ଶରୀରରେ ଜଳୀୟ ଅଂଶର ମାତ୍ରା ସଠିକ୍‍ ରହିବା ଆବଶ୍ୟକ। ଏଭଳି ସମୟରେ ମଦ୍ୟପାନଠାରୁ ଦୂରେଇ ରହିବା ଉଚିତ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories