www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଟିକା ନେବା ପୂର୍ବରୁ ଓ ପରେ କ’ଣ ଖାଇବେ, କ’ଣ ନ ଖାଇବେ

ଗତ କିଛିଦିନ ହେବ ରେକର୍ଡ଼ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହିତ ଦେଶରେ ଟିକାକରଣକୁ ମଧ୍ୟ ବ୍ୟାପକ କରାଯାଇଛି। ଅନେକ ଲୋକ ଟିକା ନେଇସାରିଥିବା ବେଳେ ଆଉ କିଛି ଲୋକ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। କାରଣ କେତେକ କ୍ଷେତ୍ରରେ କୋଭିଡ଼୍‍ ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଆପଣଙ୍କ ଖାଉଥିବା ଖାଦ୍ୟ ମଧ୍ୟ ଟିକାକରଣ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ସ୍ୱାସ୍ଥ୍ୟକର ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ଏବଂ ସଂକ୍ରମଣ ଆଶଙ୍କା କମ୍‍ ହୋଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ, କରୋନା ଟିକା ନେବା ପୂର୍ବରୁ ଓ ପରେ କେଉଁ ଖାଦ୍ୟ ଖାଇବା ଉଚିତ୍‍ ଏବଂ କ’ଣ ନ ଖାଇବା ଉଚିତ୍‍ –

ଶରୀରର ଜଳୀୟ ଅଂଶ ଯେପରି କମ୍‍ ନ ହୁଏ, ସେଥିପ୍ରତି ଧ୍ୟାଦ ଦେବା ଉଚିତ। କାଣର ଶରୀରରୁ ସୁସ୍ଥ ରଖିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଯେତେବେଳେ ଆପଣ କୋଭିଡ଼୍‍ ଟିକା ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେତେବେଳେ ଅଧିକ ପାଣି ପିଅନ୍ତୁ। ଏହାସହିତ ଏପରି ଫଳ ଖାଆନ୍ତୁ, ଯେଉଁଥିରେ ଜଳ ଓ ଫାଇବର ଭରପୁର ମାତ୍ରାରେ ଥିବ। ଏପରି କରିବା ଦ୍ୱାରା ଟିକା ନେବା ଦ୍ୱାରା ଦେଖା ଦେଉଥିବା ପାର୍ଶ୍ବ ପ୍ରତିକ୍ରିୟାର ପ୍ରଭାବ କମ୍‍ ହୋଇପାରେ।

- Advertisement -

ଏକ ଗବେଷଣା ଅନୁସାରେ, ଏହି କରୋନା ମହାମାରୀ ସମୟରେ ଶରୀରକୁ ସୁସ୍ଥ ରଖିବାକୁ ହେଲେ ସ୍ୱାସ୍ଥ୍ୟକର ଭୋଜନ ନିହାତି ଆବଶ୍ୟକ। କୋଭଡ଼୍‍ ଟିକା ନେବାର କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟକର ଖାଦ୍ୟ ନିୟମିତ ଖାଆନ୍ତୁ। ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ପରିବର୍ତ୍ତେ ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ। ଫାଇବରଯୁକ୍ତ ଫଳ ଏବଂ ଏହାର ରସ ସେବନ କରନ୍ତୁ। ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଫାଇବରଯୁକ୍ତ ଭୋଜନ ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଟିକା ନେବା ବେଳେ ଆପଣଙ୍କୁ ମାନସିକ ସ୍ତରରେ ସୁସ୍ଥ ଓ ସକ୍ରିୟ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ଦଲିଆ, ଓଟ୍‍ଓ, ଭିଟାମିନ୍‍ ଓ ମିନେରାଲ୍‍ଯୁକ୍ତ ଖାଦ୍ୟ ଖାଆନ୍ତୁ। ଚର୍ବି ଓ ଅଧିକ ଶର୍କରାଯୁକ୍ତ ଭୋଜନରୁ ଦୂରେଇ ରୁହନ୍ତୁ।

କରୋନା ଟିକା ନେବା ପୂର୍ବରୁ ଏବଂ ପରେ ଧ୍ୟାନ ରଖନ୍ତୁ ଯେ, ନିଜ ଖାଦ୍ୟ ପ୍ରତି ଯେପରି କୌଣସି ପ୍ରକାର ଅବହେଳା ନ ହୁଏ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇ ଆପଣ ଚେତାଶୂନ୍ୟ ହୋଇପାରନ୍ତି। ତେଣୁ ପୁଷ୍ଟିକର ଖାଦ୍ୟ ଖାଇ ଏହାକୁ ଏଡ଼ାଇ ଦିଆଯାଇପାରିବ। ଶରୀରରେ ଭରପୁର ଜଳୀୟଅଂଶ ରହିବା ସହିତ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଚେତାଶୂନ୍ୟ ଓ ଚାପ ଆଦି ଲକ୍ଷଣକୁ କମ୍‍ କରାଯାଇପାରିବ।

ଟିକାକରଣ ପରେ ଜ୍ୱର, ଶରୀରରେ ଯନ୍ତ୍ରଣା ଏବଂ ଇଞ୍ଜେକ୍ସନ ଦ୍ୱାରା ହେଉଥିବା କଷ୍ଟ ଆଦି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇପାରେ। ଏହି ସମୟରେ ଶରୀରରେ ଜଳୀୟ ଅଂଶର ମାତ୍ରା ସଠିକ୍‍ ରହିବା ଆବଶ୍ୟକ। ଏଭଳି ସମୟରେ ମଦ୍ୟପାନଠାରୁ ଦୂରେଇ ରହିବା ଉଚିତ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories