www.samajalive.in
Saturday, December 6, 2025
23.1 C
Bhubaneswar

ଡ୍ୟାମ ପାଣିରୁ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ସ୍ଥିତ କୁଲଡ଼ିହା ଅଭୟାରଣ୍ୟ ନିକଟସ୍ଥ ରିଶିଆ ଡ୍ୟାମରୁ ସୋମବାର ଏକ ହରିଣ ଉଦ୍ଧାର ହୋଇଛି। କୁକୁର ଗୋଡ଼ାଇବାରୁ ହରିଣଟି ଡ୍ୟାମ୍‌ ପାଣିରେ ପଡ଼ିଯାଇଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ସୂଚନା ଅନୁସାରେ, କୁଲଡ଼ିହା ଅଭୟାରଣ୍ୟରୁ ଗୋଟିଏ ହରିଣ ପାଣି ପିଇବାକୁ ନିକଟସ୍ଥ ରିଶିଆ ଡ୍ୟାମକୁ ଆସିଥିଲା। ଏତିକି ବେଳକୁ କେତେକ କୁକୁର ତାକୁ ଗୋଡ଼ାଇଥିଲେ। ଭୟରେ ହରିଣଟି ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ପଶି ଯାଇଥିଲା। କିନ୍ତୁ ଏତେ ସଂଖ୍ୟକ ଲୋକଙ୍କୁ ଦେଖିଲା ପରେ ହରିଣ ପୁଣି ସେଠାରୁ ଦୌଡ଼ି ଡ୍ୟାମ ପାଣି ଭିତରେ ପଶି ଯାଇଥିଲା। ହେଲେ ଦୀର୍ଘ ସମୟ ପାଣି ଭିତରୁ ବାହାରି ନ ପାରି ଛଟପଟ ହୋଇଥିଲା। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ନିର୍ଦେଶରେ ବନ କର୍ମଚାରୀମାନେ ତାକୁ ନୀଳଗିରି ଆଣି ଚିକିତ୍ସା କରିବା ପରେ ପୁଣି କୁଲଡ଼ିହା ଜଙ୍ଗଲରେ ଛାଡି ଦିଆଯାଇଛି। ତେବେ କୁକୁର ଆକ୍ରମଣରେ ହରିଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories