www.samajalive.in
Monday, December 8, 2025
16.1 C
Bhubaneswar

ଉତ୍ତମ ନିଦ ପାଇଁ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ

ଦିନଯାକ ପରିଶ୍ରମ ପରେ ରାତିରେ ସଠିକ ପରିମାଣରେ ନିଦ ହେବା ନିତାନ୍ତ ଆବଶ୍ୟକ। ତେବେ ଶୋଇବା ପୂର୍ବରୁ ଏପରି କିଛି ସ୍ୱତନ୍ତ୍ର ଖାଦ୍ୟପେୟ ରହିଛି,ଯାହାର ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହେବା ସହ ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ।
ପୋଟାସିୟମ ଓ ମେଗ୍ନିସିୟମରେ ଭରପୁର ଥିବା କଦଳୀ ମାଂସପେଶୀକୁ ଆରାମ ଦେବାରେ ସହାଯ୍ୟ କରିଥାଏ। ଏହାସହ ଆପଣଙ୍କୁ ଅଧିକ ଆରାମ ଅନୁଭବ ମଧ୍ୟ କରାଯାଇଥାଏ। ତେଣୁ ଉତ୍ତମ ନିଦ ହୋଇଥାଏ। ମାତ୍ର ସବୁଜ ଚୋପା ଥିବା ପାଚିଲା କଦଳୀ ଖାଇବା ଅଧିକ ଲାଭଦାୟକ।
ଅନେକ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟରୁ ବାଦାମ ଗୋଟିଏ। ଏହା ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ। ବାଦାମରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି। ଯାହା ଶରୀରକୁ ଶାନ୍ତ କରିବା ସହ ମାଂସପେଶୀକୁ ଆରାମ ପ୍ରଦାନ କରିବାରେ ସହାୟକ ହୋଇଥାଏ।
ଏହାସହ ଅଖରୋଟର ମଧ୍ୟ ସେବନ କରିପାରିବେ।

କାହିଁକି ରୂପ ବଦଳାଉଛି ଏଣ୍ଡୁଅ; ଦେଖନ୍ତୁ ଭିଡିଓ

- Advertisement -

ଦହିରେ ମଧ୍ୟ ପ୍ରଚୁର ମାତ୍ରାରେ ଭିଟାମିନ ଡି ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ତେଣୁ ଅଳ୍ପ ପରିମାଣରେ ଦହିର ମଧ୍ୟ ସେବନ କରନ୍ତୁ। ଏହାଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ।
ପାଳଙ୍ଗ ଶାଗରେ ବିଭିନ୍ନ ଭିଟାମିନ ସହ ବହୁ ପୋଷକ ତତ୍ତ୍ୱ ରହିଛି। ଏହାର ସେବନ ଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ।
ଜାଇଫଳ ଶିରାପ୍ରଶିରାକୁ ଆରାମ ପ୍ରଦାନ କରିବା ସହ ଏହା ସେରୋଟୋନିନ ପ୍ରସ୍ତୁତ କରି ଆରାମ ଦାୟକ ନିଦ ହେବାରେ ସହାୟକ ହୋଇଥାଏ। ଏହାକୁ ଅଳ୍ପ ମାତ୍ରାରେ ଉଷୁମ କ୍ଷୀରରେ ମିଶାଇ ପିଇ ପାରିବେ।
କନ୍ଦମୂଳ ରାତ୍ରି ଭୋଜନରେ ସାମିଲ କରିବା ଖୁବ ଉପକାରୀ। ଏଥିରେ ପୋଟାସିୟମ, ମେଗ୍ନିସିୟମ, କ୍ୟାଲସିୟମ ଆଦି ଭରପୁର ମାତ୍ରାରେ ରହିଛି। ଏଥିରେ ଥିବା ଖଣିଜ ଶିରାପ୍ରଶିରାକୁ ଶାନ୍ତ ରଖିବା ସହ ଉତ୍ତମ ନିଦ ହେବାରେ ବେଶ ସହାୟକ ହୋଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories