ଶିଶୁଙ୍କ ପାଇଁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ବେଶ ଉପକାରୀ ଏହି ଖାଦ୍ୟ

ଏବେ ମଧ୍ୟ କରୋନାର କାୟା ଜାରି ରହିଛି। ଏହାସହ ୩ୟ ତରଙ୍ଗର ମଧ୍ୟ ଆଶଙ୍କା କରାଯାଉଛି। ଏହି ତରଙ୍ଗରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏହି କାରଣରୁ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଶିଶୁମାନେ ଯେପରି ଆବଶ୍ୟକ ପରିମାଣରେ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବେ ଏହା ସହ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ସେଭଳି କିଛି ଉପାୟ ବିଷୟରେ …….
ବନ୍ଧାକୋବି ,ପାଳଙ୍ଗ, ବ୍ରୋକୋଲି, ଭଳି ସବୁଜ ପନିପରିବା ଯେଉଁଥିରେ ଭିଟାମିନ ଏ, ସି, କେ, କ୍ୟାଲସିୟମ, ଆଇରନ, ପୋଟାସିୟମ ଓ ମାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି। ଏହାସହ ସଂକ୍ରମଣ ସହ ଲଢିବା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ପିଲାଙ୍କ ଖାଦ୍ୟରେ ଏହାକୁ ନିଶ୍ଚୟ ସାମିଲ କରନ୍ତୁ।
କମଳା, ଲେମ୍ବୁ, ପିଜୁଳି ଭଳି ଫଳରେ ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ନିୟମିତ ଏହାର ସେବନ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହୋଇଥାଏ। ଶିଶୁ ସହ ସମସ୍ତ ବୟସର ବ୍ୟକ୍ତି ଏହାକୁ ସେବନ କରିବା ଆବଶ୍ୟକ।
ଖିର ଓ ଦହିରେ ଭରପୁର ମାତ୍ରାରେ ପ୍ରୋଟିନ,ଭିଟାମିନ ଓ କ୍ୟାଲସିୟମ, ମାଗ୍ନେସିୟମ ଓ ଖଣିଜ ରହିଛି। ଯାହା ଶିଶୁଙ୍କ ଶାରୀରିକ ବିକାଶ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ନିୟମିତ ଏହାର ସେବନ ଦ୍ୱାରା ବାରମ୍ବାର ରୋଗଗ୍ରସ୍ତ ହେବାର ସମ୍ଭାବାନା କମ ଥାଏ।
ଏହାସହ ଶିଶୁ ଖାଦ୍ୟରେ ନିୟମିତ ଡାଲି ନିଶ୍ଚୟ ସାମିଲ କରନ୍ତୁ। ଏଥିରେ ବହୁ ପରିମାଣରେ ପୋଷକ ତତ୍ତ୍ୱ ରହିଛି। ଏହାର ସେବନ ଦ୍ୱାରା ଶରୀରରେ ଶକ୍ତିର ମାତ୍ରା ବୃଦ୍ଧି ପାଇଥାଏ। ହାଡ ମଜଭୂତ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହୋଇଥାଏ।

 

Comments are closed.