www.samajalive.in
Sunday, December 7, 2025
14.1 C
Bhubaneswar

ଅସଲି ଓ ନକଲି ଖାଦ୍ୟ ସାମଗ୍ରୀକୁ ପରଖିବାର ସହଜ ଉପାୟ

ପର୍ବପର୍ବାଣିର ଦିନ ମାନଙ୍କର ପ୍ରାରମ୍ଭରେ ବଜାରରେ ବହୁ ପ୍ରକାରର ମିଠା ଦ୍ରବ୍ୟମାନ ଅଧିକ ବିକ୍ରି ହୋଇଥାଏ। ଏହାର ସୁଯୋଗରେ ବହୁ ଖାଦ୍ୟଦ୍ରବ୍ୟରେ ଅନାବଶ୍ୟକ ଦ୍ରବ୍ୟ ମିଶାଇ ତାହାର ବିକ୍ରି ହେଉଛି। ଯାହାକୁ ଖାଇବା ଦ୍ୱାରା ଆମକୁ ବିଭିନ୍ନ ରୋଗ ହୋଇଥାଏ। ସ୍ୱାସ୍ଥ୍ୟର ଅବସ୍ଥା ବିଗିଡ଼ି ଥାଏ। ସେହି ସମସ୍ତ ନକଲି ଖାଦ୍ୟ ସାମଗ୍ରୀକୁ ଜାଣିବା ବା ପରଖିବା ନିତ୍ୟାନ୍ତ ଆବଶ୍ୟକ ଅଟେ। କାରଣ ଏହା ଦ୍ୱାରା ଆମେ ଆମ ସ୍ୱାସ୍ଥ୍ୟର ଠିକ୍‍ ଭାବେ ଯତ୍ନ ନେଇପାରିବା। ବର୍ତ୍ତମାନ ସମୟରେ ନକଲି ଖାଦ୍ୟ ସାମଗ୍ରୀ ଗୁଡ଼ିକ ମଧ୍ୟରେ ପନିର , କ୍ଷୀର ପ୍ରଧାନ। ମୁଖ୍ୟତଃ ଏହି ଖାଦ୍ୟ ସାମଗ୍ରୀ ଗୁଡ଼ିକୁ ଅସଲି ଓ ନକଲି ଜାଣିବାର ସହଜ ଉପାୟ ହେଉଛି….
ଅଳ୍ପ କ୍ଷୀର ଓ ପନିରକୁ ଅଲଗା ଅଲଗା କାଚ ପାତ୍ରରେ ରଖନ୍ତୁ। ଏଥିରେ ୨ କିମ୍ବା ୩ ଡ଼୍ରପ ଟିଙ୍କଚର ଆୟୋଡ଼ିନ ମିଶାନ୍ତୁ। ଯଦି ଏହାର ରଙ୍ଗ ନୀଳ ହୋଇଯାଏ, ତେବେ ଜାଣନ୍ତୁ ଏହା ବିଶୁଦ୍ଧ ନୁହେଁ।
କ୍ଷୀରରେ ଅନ୍ୟ ଦ୍ରବ୍ୟ ମିଶିଛି କି ନାହିଁ ଜାଣିବାର ଉପାୟ ହେଉଛି, ଯଦି କ୍ଷୀରରୁ କୌଣସି ଭିନ୍ନ ଧରଣର ବାସ୍ନା ଆସେ ତେବେ ଏଥିରେ ଅନ୍ୟ ଉପାଦନ ମିଶିଛି। ଅସଲି କ୍ଷୀରରୁ କୋଣସି ଭିନ୍ନ ବାସ୍ନା ଆସି ନଥାଏ। ଏକ ପଥର ନେଇ ତାହା ଉପରେ କ୍ଷୀର ୨ କି ୩ ବୁନ୍ଦା ପକାନ୍ତୁ। ଯଦି ଏହା ଅସଲି ହୋଇଥିବ ତେବେ ଏକ ଧାର ହୋଇ ତଳକୁ ବୋହି ଯିବ। କ୍ଷୀରରେ ମଧ୍ୟ ଟିଙ୍କଚର ଆୟୋଡ଼ିନ ମିଶାଇଲେ ଯହି ଏହା ସ୍ୱଚ୍ଛ ଏହାର ରଙ୍ଗ ପରିବର୍ତ୍ତନ ହେବ ନାହିଁ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories