www.samajalive.in
Tuesday, December 9, 2025
23.1 C
Bhubaneswar

ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ

ବ୍ୟାୟାମ କରିବା ପୂର୍ବରୁ ସଠିକ ଖାଦ୍ୟ ଖାଇବା ନିହାତି ଜରୁରୀ। ସଠିକ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବ୍ୟାୟାମ କରିବା ପାଇଁ ଶରୀରକୁ ଶକ୍ତି ମିଳିଥାଏ। ସୁସ୍ଥ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରିବା ଉଚିତ। ସକାଳ ହେଉ ଅଥବା ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ପୂର୍ବରୁ ଜାଣନ୍ତୁ କିଛି ଖାଦ୍ୟ ବିଷୟରେ ଯାହା ଖାଇବା ଉଚିତ……..
କଦଳୀ –
କଦଳୀରେ ବହୁ ପରିମାଣରେ ପୋଟାସିୟମ ରହିଛି। ଯାହା ଆପଣଙ୍କ ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଜରୁରୀ। ବ୍ୟାୟାମ କରିବା ପୂର୍ବରୁ କଦଳୀ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ଆବଶ୍ୟକ ମାତ୍ରାରେ କାବ୍ରୋହାଇଡ଼୍ରେଡ଼ ଯୋଗାଇଥାଏ। ତେଣୁ କଦଳୀ ଖାଇବା ଲାଭଦାୟକ।
ବ୍ଲୁବେରିଜ –
ଏହାକୁ ଖାଇବା ଦ୍ୱାରା ମାଂପେଶୀକୁ ଏହା ସଠିକ ରଖେ। ଶରୀରକୁ ଆବଶ୍ୟକ ପରିମାଣରେ ପ୍ରୋଟିନ ଯୋଗାଏ। ତେଣୁ ବ୍ୟାୟାମ କରିବା ପୂର୍ବରୁ ବ୍ଲୁବେରିଜ ଖାଇବା ଲାଭଦାୟକ ଅଟେ।
ଖୀର –
ଖୀରକୁ ପ୍ରୋଟିନର ଉତ୍ତମ ସ୍ରୋତ ବୋଲି କୁହାଯାଏ। ଏହା ଶରୀରକୁ ଅଧିକ ସମୟ ପାଇଁ ଶକ୍ତି ଯୋଗାଇ ଥାଏ। ହୃଦୟକୁ ସୁସ୍ଥ ରଖିବା ସହ ହାଡ଼କୁ ମଧ୍ୟ ମଜଭୂତ କରିଥାଏ। ତେଣୁ ବ୍ୟାୟାମ କରିବା ପୂର୍ବରୁ ଖୀର ପିଇବା ଉଚିତ।
ଅଣ୍ଡା –
ଆପଣ ବ୍ୟାୟାମ କରିବା ପୂର୍ବରୁ ଗୋଟେ ସିଝା ଅଣ୍ଡା ମଧ୍ୟ ଖାଇ ପାରିବେ। ଏହାଦ୍ୱାରା ବ୍ୟାୟାମ କରିବା ପାଇଁ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ବ୍ୟାୟାମ କରିବା ପରେ ମଧ୍ୟ ହାଲିଆ ଅନୁଭବ ହୋଇନଥାଏ।

Hot this week

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

Related Articles

Popular Categories