www.samajalive.in
Saturday, December 6, 2025
26.1 C
Bhubaneswar

ସଠିକ ସମୟରେ ଭୋଜନ କରିବା ଦ୍ୱାରା ମିଳେ ଏହି ଲାଭ

ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ବିଶେଷ କରି ଓଜନ କମ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହି ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି ଆପଣ କମ୍ ସମୟରେ ଅଧିକ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଖାଦ୍ୟ ସହ ଭୋଜନ କରୁଥିବା ସମୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । କାର୍ୟ୍ୟ ବ୍ୟସ୍ତତା ଓ ସମୟ ଅଭାବ କାରଣରୁ ଅଧିକାଂଶ ଲୋକ ମଧ୍ୟାହ୍ନ ଭୋଜନ ବିଳମ୍ବରେ କରିଥାନ୍ତି । ଏହି ବଦ ଅଭ୍ୟାସ ଓଜନ ବୃଦ୍ଧିର କାରଣ ହୋଇଥାଏ ।

ତଥ୍ୟ ଅନୁଯାୟୀ, ଅପରାହ୍ନ ୩ଟା ପରେ ମଧ୍ୟାହ୍ନ ଭୋଜନ କରୁଥିବା ଲୋକଙ୍କ କ୍ଷେତ୍ରରେ ଓଜନ ହ୍ରାସରେ ସମସ୍ୟା ଦେଖା ଦେଇଥାଏ । ଯେଉଁ ଲୋକମାନେ ୩ଟା ପରେ ମଧ୍ୟାହ୍ନ ଭୋଜନ କରୁଥିଲେ ସେମାନଙ୍କ ଓଜନ ବୃଦ୍ଧି ହୋଇଥାଏ ।

- Advertisement -

ଭୋଜନର ସଠିକ୍ ସମୟ

ଅସମୟରେ ଭୋଜନ କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଯେଉଁ ଲୋକମାନେ ସଠିକ୍ ସମୟରେ ଭୋଜନ କରନ୍ତି ନାହିଁ, ଓଜନ ହ୍ରାସ କରିବାରେ ସେମାନଙ୍କ କ୍ଷେତ୍ରରେ ସମସ୍ୟା ଦେଖିବାକୁ ମିଳେ । ସଠିକ୍ ସମୟରେ ଭୋଜନ କରିବା ଦ୍ବାରା ମେଟାବୋଲିଜମ୍ ଓ ମୋଟାପଣ ନିୟନ୍ତ୍ରିତ ରହିବା ସହ ନିଦ ମଧ୍ୟ ଭଲ ହୋଇଥାଏ । ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ସଠିକ୍ ସମୟରେ ଭୋଜନ କରନ୍ତୁ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories