www.samajalive.in
Saturday, December 6, 2025
16.1 C
Bhubaneswar

ତେନ୍ତୁଳି ରସ ଛତୁ

ଆବଶ୍ୟକ ସାମଗ୍ରୀ
ଛତୁ – ୪୦୦ ଗ୍ରାମ
ପଞ୍ଚଫୁଟଣ – ଅଳ୍ପ
ଧନିଆ ଗୁଣ୍ଡ – ୧ଚାମଚ
ଜିରା ଗୁଣ୍ଡ – ୧ ଚାମଚ
ଗରମ ମସଲା – ୧ ଚାମଚ
ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ତେନ୍ତୁଳି ରସ – ଅଳ୍ପ
ତେଲ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା ପିଆଜ – ୨ଟି
କଟା ଆଳୁ – ୨ଟି
କଟା ଟମାଟୋ – ୧ଟି
ଅଦା ରସୁଣ ବଟା – ୨ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛତୁକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଛତୁ ଭାଜନ୍ତୁ। ଭାଜିବା ସମୟରେ ସାମାନ୍ୟ ଲୁଣ, ହଳଦୀ ଗୁଣ୍ଡ ପକାନ୍ତୁ। କିଛି ସମୟ ପରେ ଛତୁରୁ ପାଣି ବାହାରିବା ପରେ ଏହି ପାଣିକୁ କାଢି ଦିଅନ୍ତୁ ଓ ଛତୁକୁ ଅନ୍ୟ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟସରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫୁଟଣ ପକାନ୍ତୁ। ଫୁଟଣ ଭାଜି ହେବା ପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ। ଏବେ ଏଥିରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ,ଟମାଟୋ, ପାଣି ଦେଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷି ହେବା ପରେ ଏଥିରେ ଛତୁ ଓ ଆଳୁକୁ ପକାଇ ଅଳ୍ପ ପାଣି ଦେଇ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୧୦ ମିନିଟ ପରେ ଏଥିରେ କଟା ଧନିଆ ପତ୍ର ଓ ତେନ୍ତୁଳି ରସ ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ତେନ୍ତୁଳି ରସ ଛତୁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories