www.samajalive.in
Friday, December 5, 2025
20.1 C
Bhubaneswar

ଏହି ଖାଦ୍ୟର ଅଧିକ ସେବନ ତ୍ୱଚା ପାଇଁ କ୍ଷତିକାରକ

ବହୁ ସମୟରେ ଆପଣ ଏପରି ଶୁଣିଥିବେ ଯେ ପାଟିକୁ ସୁଆଦିଆ ନ ଲାଗିଲେ ଲୋକେ ଖାଦ୍ୟ ଖାଇନଥାଆନ୍ତି। ଏହାସହ ଅଧିକାଂଶ ଲୋକେ କେବଳ ସୁଆଦିଆ ଖାଦ୍ୟ ଖାଇବାକୁ ହିଁ ପସନ୍ଦ କରିଥାଆନ୍ତି। ମାତ୍ର ସେଭଳି କେତେକ ଖାଦ୍ୟଦ୍ରବ୍ୟ ଆମ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ। ଜାଣତରେ ଅଜାଣରେ ଆମେ ଖାଉଥିବା କେଉଁ ଖାଦ୍ୟ ଆମ ତ୍ୱଚା ପାଇଁ କ୍ଷତିକାରକ ଜାଣନ୍ତୁ….
ମସଲାଯୁକ୍ତ ଖାଦ୍ୟ –
ମସଲାଯୁକ୍ତ ଖାଦ୍ୟ ପାଟିକୁ ସୁଆଦିଆ ଲାଗେ। ମାତ୍ର ଏହାକୁ ଖାଇବା ଦ୍ୱାରା ଶରୀରର ଉଷ୍ଣତା ବୃଦ୍ଧି ପାଇଥାଏ। ରକ୍ତ ସଞ୍ଚାଳନରେ କେତେକ ବାଧା ସୃଷ୍ଟି ହେବା ସହ ମୁହଁର ଗୋରା ରଙ୍ଗକୁ କମ କରିଥାଏ। ଗ୍ୟାସିଟିକ, ଏସିଡ଼ିଟି, ଗଳା ପୋଡ଼ା ଆଦି ସମସ୍ୟା ସୃଷ୍ଟି ହୋଇଥାଏ।
ଛଣାଛଣି ଖାଦ୍ୟ –
ଛଣାଛଣି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଫ୍ୟାଟ ବୃଦ୍ଧି ପାଇଥାଏ। ଯାଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇପାରିନଥାଏ। ଫଳରେ ଚର୍ମକୁ ସଠିକ ମାତ୍ରାରେ ଅମ୍ଳଜାନ ମିଳିପାରେ ନାହିଁ ଓ ତ୍ୱଚାର ତୋଫାପଣ କମ ହୋଇ କଳାପଡ଼ିଥାଏ। ଏହାସହ ପେଟ ଜନିତ କେତେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
କଫି –
କଫିରେ ଥିବା କେଫିନ ଷ୍ଟ୍ରେସ ହର୍ମୋନ ସ୍ତରକୁ ଅସନ୍ତୁଳତି କରିଥାଏ। ଯାଦ୍ୱାରା ମୁହଁର ଚର୍ମ ଉପରେ କୁପ୍ରଭାବ ପଡ଼ିବା ସହ କଳା ପକାଇଥାଏ। ତେଣୁ କଫି ପିଇବାକୁ ଅଧିକ ପସନ୍ଦ ଥିଲେ ଦିନକୁ ଥରେ କିମ୍ବା ସପ୍ତାହକୁ ୩ ଥର ପିଅନ୍ତୁ।
ଧଳା ପାଉଁରୁଟି –
ଜଳଖିଆରେ ପାଉଁରୁଟି ଖାଇବା ବହୁ ଲୋକଙ୍କୁ ବେଶ ପସନ୍ଦ। ମାତ୍ର ଖୁବ କମ ଲୋକେ ଜାଣିଥିବେ ଏହାକୁ ଖାଇବା ଦ୍ୱାରା ଶରୀରରେ ଇନସୁଲିନର ମାତ୍ରା ବୃଦ୍ଧି ପାଇବା ସହ ମୁହଁର ତୋଫାପଣକୁ କମ କରିଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories