www.samajalive.in
Friday, December 5, 2025
26.1 C
Bhubaneswar

ନୋଏଡ଼ାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, କମ୍ପାନୀର ବାକି ୭୦୦ କର୍ମଚାରୀଙ୍କ ଉପରେ କଡ଼ା ନଜର

ନୂଆଦିଲ୍ଲୀ: ଭାରତରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ନିକଟବର୍ତ୍ତୀ ନୋଏଡ଼ାର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଶୁକ୍ରବାର ନୋଏଡ଼ା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଏମ୍‍ଓ) ଏନେଇ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ରେ ପହଞ୍ଚିଛି।

ସିଏମ୍‍ଓଙ୍କ ସୂଚନା ମୁତାବକ, ବ୍ୟକ୍ତି ଜଣକ ନୋଏଡ଼ାର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଦିଲ୍ଲୀ ନିବାସୀ ଏହି ବ୍ୟକ୍ତି ନିକଟରେ ଫ୍ରାନ୍ସ ଓ ଚୀନ୍‍ ଯାଇ ଫେରିଥିଲେ। ଜଣେ ଆକ୍ରାନ୍ତ ସାମ୍ନାକୁ ଆସିବା ପରେ ସେହି କମ୍ପାନୀର ଅନ୍ୟ ୭୦୦ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନଜରରେ ରଖାଯାଇଛି।

- Advertisement -

ସୂଚନାଯୋଗ୍ୟ, ଏହି ଆକ୍ରାନ୍ତଙ୍କୁ ମିଶାଇ ଉତ୍ତରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ଏଥିରୁ ୧୧ ଜଣ ଭାରତୀୟ ଓ ଜଣେ ବିଦେଶୀ ନାଗରିକ। ଅନ୍ୟପକ୍ଷରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ମୁକାବିଲା ବୈଠକ ଡକାଇଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories