www.samajalive.in
Saturday, December 6, 2025
14.1 C
Bhubaneswar

ସ୍ୱଭାବରେ ଭୋଜନର ପ୍ରଭାବ

କିଛି ଲୋକଙ୍କୁ ନିରାମିଷ ଖାଦ୍ୟ ପସନ୍ଦ ଥିଲେ କିଛି ଲୋକଙ୍କୁ ଆମିଷ ଖାଦ୍ୟ ଖୁବ୍‍ ପସନ୍ଦ। ତେବେ ଖାଦ୍ୟ ରୁଚି ସହ ସ୍ୱଭାବ ଜଡିତ ରହିଛି ବୋଲି କୁହାଯାଏ।  ଭୋଜନକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ଆମିଷ ଓ ଅନ୍ୟଟି ନିରାମିଷ। ଭୋଜନ ଆମ ସ୍ୱଭାବରେ ମଧ୍ୟ ପ୍ରଭାବ ପକାଇଥାଏ। ନିଜର ସ୍ୱଭାବ ଅନୁଯାୟୀ ଆପଣ କେଉଁ ପ୍ରକାରର ଭୋଜନ କରିବା ଆବଶ୍ୟକ ତାହା ହୁଏତ ଆପଣ ଜାଣି ନଥିବେ। କେଉଁ ସ୍ୱଭାବର ବ୍ୟକ୍ତି କି ପ୍ରକାରର ଭୋଜନ ଖାଇବା ଉଚିତ ଜାଣନ୍ତୁ…
ଭାବୁକ ସ୍ୱଭାବର ବ୍ୟକ୍ତି –
ବହୁ ଲୋକେ ସ୍ୱଭାବରେ ଖୁବ ଭାବୁକ ହୋଇଥାଆନ୍ତି। ଏହି ସ୍ୱଭାବର ବ୍ୟକ୍ତି ମିଠା ଦ୍ରବ୍ୟ ଖାଇବା ଉଚିତ। ନିଜର ନିୟମିତ ଭୋଜନରେ ଗୁଡ଼, କିମ୍ବା ରୁଟି ଓ ମିଠା ଖାଆନ୍ତୁ। ଶୁଭଫଳ ମିଳିବା ସହ କାର୍ୟ୍ୟରେ ସଫଳତା ମିଳିଥାଏ। ଏହି ସ୍ୱଭାବର ବ୍ୟକ୍ତି ବାସି ଖାଦ୍ୟ ଖାଇବା ଉଚିତ ନୁହେଁ।
କ୍ରୋଧ ସ୍ୱଭାବର ବ୍ୟକ୍ତି –
ଆପଣ ଏପରି ବହୁ ବ୍ୟକ୍ତି ଦେଖିଥିବେ ଯେଉଁମାନେ ଛୋଟ କଥାରେ ମଧ୍ୟ ଖୁବ ଅଧିକ ରାଗି ଯାଇଥାଆନ୍ତି। ଏହି କ୍ରୋଧ ସ୍ୱଭାବର ବ୍ୟକ୍ତି ପିଆଜ, ରସୁଣ, ଆମିଷ ଖାଦ୍ୟ କମ ପରିମାଣରେ ଖାଇବା ଉଚିତ।
ଚିନ୍ତାଗ୍ରସ୍ତ ବ୍ୟକ୍ତି –
ଏହି ସ୍ୱଭାବର ବ୍ୟକ୍ତି କ୍ଷୀର କିମ୍ବା କ୍ଷୀରରେ ପ୍ରସ୍ତୁତ ଦ୍ରବ୍ୟ ଖାଇବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ।
ଦୁର୍ବଳ ସ୍ୱଭାବର ବ୍ୟକ୍ତି –
ବହୁ ଲୋକେ ମାନସିକ ଓ ଶାରୀରିକ ଉଭୟେ ରୂପେ ଦୁର୍ବଳ ଥାଆନ୍ତି। ଏମାନଙ୍କୁ ସର୍ବଦା ରୋଗ ଲାଗିରହିଥାଏ। ଏହି ସ୍ୱଭାବର ବ୍ୟକ୍ତି ଫଳ ଓ ସବୁଜ ପନିପରିବା ଖାଇବା ଉଚିତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories