www.samajalive.in
Saturday, December 6, 2025
16.1 C
Bhubaneswar

ବାଉଁଶ ହସ୍ତଶିଳ୍ପ ପ୍ରଦର୍ଶନୀ ସମ୍ପର୍କିତ ପୁଞ୍ଜସ୍ତରୀୟ କର୍ମଶାଳା

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର  ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଆଜି ରାଜ୍ୟ ବାଉଁଶ ଉନ୍ନୟନ ସଂସ୍ଥାର ସହଯୋଗରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କର୍ମଶାଳାରେ ଜିଲ୍ଲା ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକ ବିଷ୍ଣୁପଦ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ତପସ୍ୱିନୀ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁବର୍ଣ୍ଣପୁର ଜିଲ୍ଲାରେ ବାଉଁଶ ହସ୍ତଶିଳ୍ପର ବିକାଶ ପାଇଁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ସହିତ ଉନ୍ନତ ମାନର ସାମଗ୍ରୀ ତିଆରି କଲେ ତାର ବଜାର ମୂଲ୍ୟର ଚାହିଦା ବଢିବା ସହିତ କାରିଗର ମାନେ ଆର୍ଥିକ ସ୍ତରରେ ଲାଭ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ।
ମାତ୍ର ଏଥି ନିମନ୍ତେ କାରିଗର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଯୋଗାଇ ଦେବା ନିଶ୍ଚିତ ଆବଶ୍ୟକତା ଅଟେ ବୋଲି କହିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବରେ ବିନିକା ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପୂଜାରୀ ଯୋଗଦେଇ ମହିଳା ମାନେ ଏହି ବାଉଁଶ ହସ୍ତଶିଳ୍ପକୁ ଆପଣେଇ କିଭଳି ଭାବରେ ସ୍ୱାବଲମ୍ବୀ ହୋଇ ପାରିବେ ଏବଂ ଏହାଦ୍ବାରା ଜୀବିକା ନିର୍ବାହ କରି ତାଙ୍କ ପରିବାର ପ୍ରତିପୋଷଣ କରି ପାରିବେ ତାକୁ ନେଇ ଆଲୋକପାତ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିନିକା ବନ ବିଭାଗ ଅଧିକାରୀ ଡମ୍ବରୁଧର ପ୍ରଧାନ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବାଉଁଶ କାରିଗର ମାନଙ୍କ ପାଇଁ ବନ ବିଭାଗ ତରଫରୁ ମିଳୁଥିବା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ମହିଳା ମିଶନ ଶକ୍ତି ଅଧିକାରୀ କାର୍ତ୍ତିକ ଚନ୍ଦ୍ର ନାୟକ ଯୋଗଦେଇ ସ୍ଵଂୟ ସହାୟକ ମହିଳା ଗୋଷ୍ଟୀ ମାନେ କିଭଳି ଭାବେ ଏହି ହସ୍ତଶିଳ୍ପ କାମରେ ରୋଜଗାରକ୍ଷମ ହୋଇପାରିବେ ଏବଂ ତାର ଯଥାର୍ଥ ମାଧ୍ୟମ ତଥା ବଜାର ଉପଲବ୍ଧର ସୁଯୋଗ ପାଇ ପାରିବେ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ହସ୍ତଶିଳ୍ପ ବିକାଶ ଅଧିକାରୀ ଦେବାଶିଷ ମିଶ୍ର ପରିଚାଳନା କରିଥିବା ବେଳେ ଏହି କର୍ମଶାଳାରେ ବାଉଁଶ ତିଆରିର ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରଦର୍ଶନୀ କରାଯାଇଥିଲା। ଏଥିରେ ବିନିକା ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୪୦ରୁ ଉର୍ଦ୍ଧ୍ୱ ବାଉଁଶ କାରିଗର ଯୋଗ ଦେଇଥିଲେ। ଶିଳ୍ପ ବିକାଶ ଅଧିକାରୀ ସମୀର ମୁଦୁଲି ସରକାରୀ ସୁବିଧା ସୁଯୋଗ ତଥା କାରିଗରଙ୍କ ପାଇଁ ଉପଲବ୍ଧ ବିବିଧ ପ୍ରକାର ଆବଶ୍ୟକ ସରକାରୀ ଯୋଜନା ଉପରେ କାରିଗରମାନଙ୍କୁ ବୁଝାଇ ଥିବା ବେଳେ ବିନିକା ବ୍ଲକ ଶିଳ୍ପ ବିକାଶ ଅଧିକାରୀ ଅଭିଜିତ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories