www.samajalive.in
Saturday, December 6, 2025
26.1 C
Bhubaneswar

କୋକୋନଟ କୁକିଜ୍‍

ଆବଶ୍ୟକ ସାମଗ୍ରୀ
ମଇଦା – ୧କପ
ପେଷା ଚିନି – ୧କପ
ଶୁଖିଲା ନଡ଼ିଆ କୋରା – ୧କପ
କ୍ଷୀର – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ବେକିଙ୍ଗ ପାଉଡ଼ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ଥାଳିରେ କିଛି ଘିଅ ଲଗାଇ ଏହାକୁ ଚାରିଆଡ଼େ ଖେଳାଇ ଦିଅନ୍ତୁ। ଘିଅ ଲଗାଇବା ପରେ ଚାରିଆଡ଼େ ମଇଦା ଛିଞ୍ଚି ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ପେଷା ଚିନି, ତରଳାଇ ଥିବା ଘିଅକୁ ପକାଇ ମିଶାଇ ଦିଅନ୍ତୁ। ଏବେ ଏଥିରେ ମଇଦା ପକାଇ ମିଶାଇ ଦିଅନ୍ତୁ। ମଇଦା ପକାଇବା ପରେ ଶୁଖିଲା ନଡ଼ିଆ କୋରା, ବେକିଙ୍ଗ ପାଉଡ଼ର ପକାଇ ଭଲ ଭାବେ ମିଶାନ୍ତୁ। ଏହାପରେ ଅଳ୍ପ କ୍ଷୀର ପକାଇ ଭଲ ଭାବେ ମିଶାଇ ନରମ ଭାବେ ଦଳି ଦିଅନ୍ତୁ। ଏବେ ଏହାକୁ ଗୋଲ ଗୁଳା କରି ହାତରେ ଚେପଟା କରି ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ କଡ଼େଇ ବସାଇ ଏକ ଜାଲି ରଖନ୍ତୁ। ଜାଲି ଉପରେ ମଇଦା ଛିଞ୍ଚିଥିବା ଥାଳିରେ ପ୍ରସ୍ତୁତ କରିଥିବା ଚେପଟା ଆକୃତିର ଦଳାରୁ ପ୍ରସ୍ତୁତ କରିଥିବା ବିସ୍କୁଟକୁ ରଖନ୍ତୁ। ଏବେ ଜାଲି ଉପରେ ଏହି ଥାଳିକୁ ରଖି ଏହାକୁ ୨୦ ରୁ ୨୫ ମିନିଟ ଗ୍ୟାସରେ ବସାନ୍ତୁ। ନିର୍ଦ୍ଧାରିତ ସମୟ ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା କୋକୋନଟ କୁକିଜ୍‍ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories