www.samajalive.in
Saturday, December 6, 2025
26.1 C
Bhubaneswar

ରୋଜ ପନୀର ରୋଲ

ଆବଶ୍ୟକ ସାମଗ୍ରୀ
ମଇଦା – ୨କପ
ଘିଅ – ୧କପ ରୁ କମ
କୋରା ପନୀର – ୧କପ
ଲଙ୍କା ଗୁଣ୍ଡ – ଅଳ୍ପ
ଅଦା ରସୁଣ ବଟା – ୨ଚାମଚ
ଗରମ ମସଲା – ୧ଚାମଚ
ଲୁଣ – ଆବଶ୍ୟକ ସାମଗ୍ରୀ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ବଡ଼ ପାତ୍ରରେ ମଇଦା ଓ ଘିଅକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ପାଣି ଦେଇ ନରମ ଦଳି ଚକଟା ପ୍ରସ୍ତୁତ କରନ୍ତୁ। ଏହାକୁ ୧୦ ମିନିଟ ରଖି ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ପନୀର, ଅଦା ରସୁଣ ବଟା, ଲୁଣ, ଲଙ୍କା ଗୁଣ୍ଡ,ଗରମ ମସଲା ପକାଇ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରିଦିଅନ୍ତୁ। ଚକଟା ମଇଦାରୁ ଛୋଟ ଛୋଟ ଗୁଳା କରି ଦିଅନ୍ତୁ। ଏହି ଗୁଳାରୁ ରୁଟି ଆକୃତିର ବେଲି ଦିଅନ୍ତୁ। ଏହି ରୁଟିରେ ପନୀର ମିଶ୍ରଣକୁ ରଖନ୍ତୁ। ଏବେ ଭଲ ଭାବେ ରୋଲ ଭଳି ମୋଡ଼ି ଦିଅନ୍ତୁ। ଏହାକୁ ଗୁଲାପ ଆକୃତିର ଧୀରେ କରନ୍ତୁ।  ଗ୍ୟାସ ଲଗାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏହାକୁ ଭଲ ଭାବେ ଛାଣି ଦିଅନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢନ୍ତୁ।  ଏବେ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories