www.samajalive.in
Saturday, December 6, 2025
16.1 C
Bhubaneswar

ଅଳ୍ପ ପୋଡି ଯାଇଥିବା ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ

ଜଳଖିଆରେ ଅନେକ ଲୋକେ ପାଉଁରୁଟି ଖାଇବାକୁ ପସନ୍ଦ କରିଥାଆନ୍ତି। ଚା ସହ କିଛି ବ୍ୟକ୍ତିଙ୍କୁ ପାଉଁରୁଟି ଖାଇ ଥାଆନ୍ତି। ଏହାସହ ସାଣ୍ଡୱିଚ ମଧ୍ୟ ଖାଇ ଥାଆନ୍ତି। ସମୟ ଅଭାବରୁ ଲୋକମାନେ ପାଉଁରୁଟିକୁ ସେକି ଖାଇ ଥାଆନ୍ତି। କିନ୍ତୁ ବେଳେବେଳ ଦେଖା ଯାଇଥାଏ ଯେ ପାଉଁରୁଟି ଗୁଡିକ ଅଳ୍ପ ପୋଡି ଯାଇଛି। ତାହାକୁ ଅଣଦେଖା କରି ପାଉଁରୁଟି ଖାଇ ଥାଆନ୍ତି। କିନ୍ତୁ ଜଳି ଯାଇଥିବା ପାଉଁରୁଟି ଖାଇବା ଦ୍ବାରା ଶରୀରର ଅନେକ କ୍ଷତି ହୋଇଥାଏ।

ଏକ ଗବେଷଣାରୁ ଜଣାପଡିଛି ଯେ, ଯେଉଁ ଖାଦ୍ୟପଦାର୍ଥରେ ଅଧିକ ଷ୍ଟ୍ରାର୍ଚ୍ଚ ଥାଏ ତାହାକୁ ଅଧିକ ତାପମାନରେ ଗରମ କରିବା ଉଚିତ ନୁହେଁ। କାରଣ ଅଧିକ ତାପମାନରେ ଗରମ କରିବା ଦ୍ବାରା ଏକ୍ରିଲାମାଇଡ ନାମକ ଏକ କେମିକାଲ ନିର୍ଗତ ହୋଇଥାଏ ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାସହ ଅନେକ ରୋଗ ସୃଷ୍ଟି ହୋଇଥାଏ। ଏକ୍ରିଲାମାଇଡ କେମିକାଲ ଶରୀରରେ କ୍ୟାନସର ହେବାର ସମ୍ଭାବନା ବୃଦ୍ଧି କରିଥାଏ। ତେଣୁ ଷ୍ଟ୍ରାର୍ଚ୍ଚ ଥିବା ଖାଦ୍ୟକୁ କେବେ ବି ଅଧିକ ତାପମାନରେ ଗରମ କରନ୍ତୁ ନାହିଁ।

- Advertisement -

ଯେତେବେଳେ ଆପଣ ଷ୍ଟ୍ରାର୍ଚ୍ଚ ଯୁକ୍ତ ଖାଦ୍ୟକୁ ଅଧିକ ତାପମାନରେ ଗରମ କରିଥାଆନ୍ତି ସେତେବେଳେ ସେଥିରୁ ଏକ୍ରିଲାମାଇଡ କେମିକାଲ ନିର୍ଗତ ହୋଇଥାଏ। ତାହାକୁ ଖାଇବା ଦ୍ବାରା ଏକ୍ରିଲାମାଇଡ କେମିକାଲ ସିଧାସଳଖ ଆପଣଙ୍କ ଡିଏନଏରେ ପ୍ରବେଶ କରିଥାଏ। ଏହା ଶରୀରର ଅନ୍ୟ କୋଷଗୁଡିକ ନିକଟକୁ ମଧ୍ୟ ଯାଇଥାଏ। ତେଣୁ ପରବର୍ତ୍ତୀ ସମୟରେ ତାହା କ୍ୟାନସରର ପ୍ରମୁଖ କାରଣ ହୋଇଥାଏ।

ଷ୍ଟ୍ରାର୍ଚ୍ଚ ଯୁକ୍ତ ଖାଦ୍ୟକୁ ଅଳ୍ପ ତାପମାନରେ ଗରମ କରନ୍ତୁ। ପାଉଁରୁଟିକୁ ସେକି ଖାଉଥିଲେ ତାକୁ ହାଲକା ମାଟିଆ ରଙ୍ଗ ହେବା ପର୍ଯ୍ୟନ୍ତ ଗରମ କରି ଖାଆନ୍ତୁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories