www.samajalive.in
Sunday, December 7, 2025
23.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏହି ମିଠା ଖାଦ୍ୟଦ୍ରବ୍ୟ

ମିଠା ଜାତୀୟ ଖାଦ୍ୟ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ଏପରି ଖୁବ କମ ଲୋକ ଅଛନ୍ତି, ଯେଉଁମାନଙ୍କୁ ମିଠା ପସନ୍ଦ ନୁହେଁ। ବିଭିନ୍ନ ସମୟରେ ଯେପରି କି ଖରା, ବର୍ଷା, ଶୀତ ଆଦିରେ ଆମକୁ ଭିନ୍ନ ଭିନ୍ନ ପ୍ରକାର ମିଠା ଜାତୀୟ ଖାଦ୍ୟଦ୍ରବ୍ୟ ଖାଇବାକୁ ଭଲ ଲାଗି ଥାଏ। ବର୍ତ୍ତମାନର ଖରାଦିନରେ ଏପରି କିଛି ମିଠା ଖାଦ୍ୟଦ୍ରବ୍ୟ ଓ ତା’ର ପ୍ରସ୍ତୁତି ବିଷୟରେ ଜାଣନ୍ତୁ, ଯାହା କେବଳ ପାଟିକୁ ସୁଆଦିଆ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଖରା ଦିନରେ ସାଧାରଣତଃ ଫଳରେ ପ୍ରସ୍ତୁତ ହୋଇଥିବା ମିଠାଦ୍ରବ୍ୟ ଖାଇବା ଉଚିତ। ଜାଣନ୍ତୁ ଏହା ବିଷୟରେ….
ଅଖରୋଟ ଓ ଖଜୁରୀରେ ପ୍ରସ୍ତୁତ ମିଠା ଖାଦ୍ୟଦ୍ରବ୍ୟ –
୮ଟି ଅଖରୋଟର ଭିତର ଅଂଶ, ମଞ୍ଜି ବିନା ୪ଟି ଖଜୁରୀ ଓ ୧ କପ ଦହି , ୧ ଚାମଚ ମହୁ ଏହି ୪ଟି ଦ୍ରବ୍ୟକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ କିଛି ସମୟ ଫ୍ରିଜରେ ରଖି ଦିଅନ୍ତୁ। କିଛି ସମୟ ରଖିବା ପରେ ଏହାକୁ ଖାଆନ୍ତୁ। ଦ୍ୱିପହର ଖାଦ୍ୟ ଖାଇବା ପରେ ଆପଣ ଏହାକୁ ଖାଇ ପାରିବେ। ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ।
ସେଓ ଓ କିସମିସରେ ପ୍ରସ୍ତୁତ ମିଠା ଖାଦ୍ୟଦ୍ରବ୍ୟ –
ପ୍ରଥମେ ଏକ ସେଓର ଚୋପା ଛଡ଼ାଇ ଏହାକୁ ସେଓ କଟରରେ କାଟି ଦିଅନ୍ତୁ ଓ ଏହା ମଝିରେ କିସମିସ ଭରି ଦିଅନ୍ତୁ। ଏହା ଉପରେ ଅଳ୍ପ ଗୁଜୁରାତି ଗୁଣ୍ଡ, ଦହି ପକାଇ ଏହାକୁ କିଛି ସମୟ ମାଇକ୍ରୋଭେନରେ ରଖି ଦିଅନ୍ତୁ। କିଛି ସମୟ ପରେ କାଢି ଏହି ସ୍ୱାଦିଷ୍ଟ ମିଠାଦ୍ରବ୍ୟକୁ ଖାଆନ୍ତୁ।
କମଳାରେ ପ୍ରସ୍ତୁତ ମିଠା ଖାଦ୍ୟଦ୍ରବ୍ୟ –
ପ୍ରଥମେ କମଳାକୁ ପେଷି ଏହାର ଜୁସ ପ୍ରସ୍ତୁତ କରନ୍ତୁ। ଏବେ ଏଥିରେ କଦଳୀକୁ ଛୋଟ ଛୋଟ ଖଣ୍ଡ କରି କାଟି ଏହି କମଳା ଜୁସରେ ପକାନ୍ତୁ। ଏହା ଉପରେ ଅଳ୍ପ ନଡ଼ିଆ କୋରା, ଅଳ୍ପ ବାଦାମ ଓ ସାମାନ୍ୟ ଚିନି ପକାଇ ଏହାକୁ ପିଅନ୍ତୁ। ଏହା ପେଟକୁ ଥଣ୍ଡା ରଖିବା ସହ ପେଟ ଜନିତ ବହୁ ସମସ୍ୟାକୁ ଦୂର କରିଥାଏ।
ଗାଜରରେ ପ୍ରସ୍ତୁତ ମିଠାଖାଦ୍ୟଦ୍ରବ୍ୟ –
ପ୍ରଥମେ ଗାଜରକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ କଟା ହୋଇଥିବା ଗାଜର ଖଣ୍ଡରେ ମହୁ ମିଶାନ୍ତୁ। ମହୁ ମିଶାଇବା ପରେ ନଡ଼ିଆ କୋରା ଏଥିରେ ପକାଇ ଏହି ସ୍ୱାଦିଷ୍ଟ ମିଠା ଖାଦ୍ୟଦ୍ରବ୍ୟକୁ ଖାଆନ୍ତୁ। ଏହା ଦାନ୍ତ ପାଇଁ ଖୁବ ଉପକାରୀ ଓ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।
ଫଳ ଆଇସକ୍ରିମ –
୧କପ ଦହିରେ ଅଳ୍ପ ଚିନି ଓ ବିଭିନ୍ନ ପ୍ରକାରର ଫଳକୁ କାଟି ମିଶାନ୍ତୁ। ଏଥିରେ କ୍ରିମ, ଚକୋଲେଟ ସିରପ ପକାନ୍ତୁ। ଏବେ ଏହାକୁ କିଛି ସମୟ ଫ୍ରିଜରେ ରଖନ୍ତୁ। ଫ୍ରିଜରୁ କାଢି କିଛି ସମୟ ପରେ ଖାଆନ୍ତୁ। ବିଭିନ୍ନ ପ୍ରକାରର ଫଳ ଏବଂ ଦହି ହେତୁ ଏହା ଶରୀରକୁ ଉପଯୁକ୍ତ ଭିଟାମିନ ପ୍ରଦାନ କରିବା ସହ ପେଟକୁ ଥଣ୍ଡା ରଖେ, ଏସିଡ଼ିଟି ବଦହଜମି ଭଳି ସମସ୍ୟାରୁ ମୁକ୍ତି ମିଳେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories