www.samajalive.in
Tuesday, December 9, 2025
16.1 C
Bhubaneswar

ଓନିଅନ କୁଲଚା

ଆବଶ୍ୟକ ସାମଗ୍ରୀ
ମଇଦା – ୨୫୦ଗ୍ରାମ
ଜୁଆଣୀ – ଅଳ୍ପ
ବଟର – ୧ଚାମଚ
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
କଟା ପିଆଜ – ୧ଟି
କଟା ରସୁଣ – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
କଞ୍ଚା ଲଙ୍କା – ୨ଟି
ଘିଅ – ଅଳ୍ପ
ବେକିଙ୍ଗ ପାଉଡ଼ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଏବେ ଏକ ପାତ୍ରରେ ପିଆଜ, କଞ୍ଚା ଲଙ୍କା, ଲୁଣ, ରସୁଣ, ଧନିଆ ପତ୍ର ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ଅଟା, ମଇଦା, ବଟର ,  ବେକିଙ୍ଗ ପାଉଡ଼ରକୁ ମିଶାଇ ଦିଅନ୍ତୁ। ଏହାପରେ ଏଥିରେ ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟାରୁ ଗୋଲ ଆକୃତିର ଗୁଳା ପ୍ରସ୍ତୁତ କରନ୍ତୁ। ଗୁଳାକୁ ଛୋଟ ରୁଟି ଆକୃତିର ବେଲି ଏହା ଭିତରେ ପିଆଜର ମିଶ୍ରଣ ଭର୍ତ୍ତି କରନ୍ତୁ। ଏହାପରେ ଗୁଳାର ଚାରିପଟକୁ ବନ୍ଦ କରି ପୁଣି ଗୋଲ ଆକୃତିର ବେଲି ଦିଅନ୍ତୁ। ବେଲିବା ପରେ ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ। ଏବେ ତାୱାରେ ବେଲି ଥିବା ରୁଟିକୁ ସେକନ୍ତୁ। ଗୋଟେ ପଟ ସେକିବା ପରେ ଘିଅ ଲଗାଇ ପୁଣି ଭଲ ଭାବେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଓନିଅନ କୁଲଚା। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories