ପ୍ୟାରିସ୍ ଅଲିମ୍ପିକ୍ସରେ ଉଡ଼ନ୍ତା ଟ୍ୟାକ୍ସି
ଆସନ୍ତା ବର୍ଷ ପ୍ୟାରିସ୍ ଗ୍ରୀଷ୍ମ ଅଲିମ୍ପିକ୍ ପାଇଁ ପ୍ରସ୍ତୁତ ହେଉଥିବାବେଳେ ବିମାନ ଚଳାଚଳ ଷ୍ଟାର୍ଟ ଅପ୍ ଭଲୋକୋପ୍ଟର ଏହାର ଭୋଲୋସିଟି କାର୍ଯ୍ୟକ୍ରମ ସହିତ ଇତିହାସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ବୈଦ୍ୟୁତିକ ଚାଳିତ ଏକ ଉଡ଼ନ୍ତା ଟ୍ୟାକ୍ସି ଭର୍ଟିକାଲ୍ ଉଡ଼ାଣ ଏବଂ ଅବତରଣ ଜ୍ଞାନ ମାଧ୍ୟମରେ ଦର୍ଶକଙ୍କୁ ସହରରେ ଭ୍ରମଣ କରାଇବ। ଆକଳନ ଅନୁସାରେ, ପ୍ୟାରିସ୍ ଅଲିମ୍ପିକ୍ସରେ ଯୋଗଦେବାକୁ ଆସୁଥିବା ୬,୦୦୦୦୦ ଅତିଥିଙ୍କ ପାଇଁ ଏହି ଉଡ଼ନ୍ତା ଟ୍ୟାକ୍ସି ସେବା ଯୋଗାଇବ। ସହରର ଟ୍ରାଫିକ୍ ସମସ୍ୟା ଏବଂ ଜନସାଧାରଣ ଭିତ୍ତିଭୂମି ଉପରେ ଅତିରିକ୍ତ ଚାପ କମ୍ କରିବାକୁ ଏଭଳି ବନ୍ଦୋବସ୍ତ କରାଯାଇଥିବା ଗବେଷକଦଳ କରିଛନ୍ତି। ଉଡ଼ନ୍ତା ଟ୍ୟାକ୍ସିରେ ଏକ ସ୍ବତନ୍ତ୍ର ବ୍ୟାଟେରୀ ସେଟ୍ ଥିବାରୁ ଯାତ୍ରାବେଳେ କୌଣସି ଅସୁବିଧା ଉପୁଜିବନି ବୋଲି ପାଇଲଟ୍ ବିଜର୍ନ ଫେହର୍ମ କହିଛନ୍ତି। ଲିଲିୟମ୍, ଅନ୍ୟ ଏକ ଜର୍ମାନ କମ୍ପାନୀ, ତିରିଶଟି ବୈଦ୍ୟୁତିକ ଜେଟ୍ ସହିତ ଡିଜାଇନ୍ ପ୍ରଦାନ କରିଛି, ଯାହା କି ରେଳ ପରିବହନ ସହିତ ଜନଗହଳି ପୂର୍ଣ୍ଣ ସହର ଅଲିମ୍ପିକ୍ସ ଆୟୋଜିତ ଷ୍ଟାଡିୟମ୍କୁ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛି। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ସମୟରେ ଉଡ଼ନ୍ତା ଟ୍ୟାକ୍ସି ଏକ ପ୍ରାଥମିକ ପରିବହନ ମାଧ୍ୟମ ହେବାକୁ ଯୋଜନା ଅଛି। ସମଗ୍ର ବିଶ୍ୱ ଆଗାମୀ ଅଲିମ୍ପିକ୍ସକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଉଡ଼ନ୍ତା ଟ୍ୟାକ୍ସିର ପରିଚୟ ଏହି ଉତ୍ସବରେ ଅତିରିକ୍ତ ଉତ୍ସାହ ପ୍ରଦାନ କରିବ ବୋଲି ଗବେଷକଙ୍କ ମତ। ଉଡ଼ନ୍ତା ଟ୍ୟାକ୍ସିର ସଫଳତା ଏବଂ ପ୍ରଭାବ ନିଃସନ୍ଦେହରେ ଭବିଷ୍ୟତରେ ସହରୀ ଗତିଶୀଳତାକୁ ଆକୃଷ୍ଟ କରିବ।
Comments are closed.