www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ କେଉଁ ଭଗବାନଙ୍କୁ କେଉଁ ଫୁଲ ଅତ୍ୟନ୍ତ ପ୍ରିୟ

ପୂଜାର୍ଚ୍ଚନା ଓ ଧାର୍ମିକ ଅନୁଷ୍ଠାନରେ ଦେବାଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଫୁଲର ବିଶେଷ ମହତ୍ତ୍ୱ ରହିଛି। ଭଗବାନଙ୍କୁ ଭକ୍ତି, ଫୁଲ, ମନ୍ତ୍ରର ଜପ ବିଶେଷ ପ୍ରିୟ ଅଟେ। ମାନ୍ୟତା ଅନୁଯାୟୀ, ଦେବାଦେବୀଙ୍କୁ ନିର୍ଦ୍ଦିଷ୍ଟ କେତେକ ରଙ୍ଗର ଫୁଲ ଅର୍ପଣ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାଆନ୍ତି। ଭକ୍ତଙ୍କ ମନସ୍କାମନା ପୂରଣ କରିବା ସହ ସର୍ବଦା ନିଜର କୃପା ରଖିଥାଆନ୍ତି। ଜାଣନ୍ତୁ କେଉଁ ଭଗବାନଙ୍କୁ କେଉଁ ଫୁଲ ଅତ୍ୟନ୍ତ ପ୍ରିୟ….
ପ୍ରଭୁ ମହେଶ୍ୱରଙ୍କୁ ଦୁଦୁରା, କନିଅର, ଟଗର, ଚମ୍ପା ଆଦି ଫୁଲ ଖୁବ ପ୍ରିୟ।
ଭଗବାନ ବିଷ୍ଣୁଙ୍କୁ ପଦ୍ମ, କଦମ୍ବ, ମଲ୍ଲୀ, ଚମ୍ପା ଫୁଲ ଖୁବ ପ୍ରିୟ।
ପ୍ରଭୁ ବିଘ୍ନହର୍ତ୍ତାଙ୍କୁ ଲାଲ ରଙ୍ଗର ଫୁଲ, ମନ୍ଦାର, ଦୁବ ଅର୍ପଣ କରିବା ଦ୍ୱାରା ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ଭଗବାନ ସୂର୍ଯ୍ୟଦେବଙ୍କୁ ମନ୍ଦାର ଓ ଜଳ ଅତ୍ୟନ୍ତ ପ୍ରିୟ।
ପ୍ରଭୁ ହନୁମାନଙ୍କୁ ଲାଲ ରଙ୍ଗର ଫୁଲ, ଗେଣ୍ଡୁ ଖୁବ ପ୍ରିୟ। ବିଶେଷ କରି ଲାଲ ରଙ୍ଗର ଫୁଲ ଅର୍ପଣ କରିବା ଦ୍ୱାରା ଭକ୍ତଙ୍କ ମନସ୍କାମନା ପୂରଣ କରିଥାଆନ୍ତି।
ପ୍ରଭୁ ଶ୍ରୀକୃଷ୍ଣଙ୍କୁ ତୁଳସୀ, ଚମ୍ପା, ମାଳତୀ ଫୁଲ ଅତ୍ୟନ୍ତ ପ୍ରିୟ।
ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଖୁବ ପ୍ରିୟ। ଏତଦ୍‍ ବ୍ୟତୀତ ହଳଦିଆ ଫୁଲ, ଲାଲ ଗୋଲାପ ଅର୍ପଣ କଲେ ମା’ଖୁବ ପ୍ରସନ୍ନ ହୋଇଥାଆନ୍ତି।
ଶନିଦେବଙ୍କୁ ନୀଳ ଅପରାଜିତା ଫୁଲ ଖୁବ ପ୍ରିୟ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories