www.samajalive.in
Saturday, December 6, 2025
26.1 C
Bhubaneswar

ବନ୍ୟା ଉଜାଡିଲା ଧାନ ଫସଲ, ହରଭଙ୍ଗା ତହସିଲର ଏକ ହଜାର ହେକ୍ଟର ଚାଷ ଜମିରେ ପାଣି

ହରଭଙ୍ଗା : ଚଳିତ ମହାନଦୀ ବନ୍ୟାରେ ହରଭଙ୍ଗା ତହସିଲର ୪ଟି ରାଜସ୍ୱ ମଣ୍ଡଳର ହଜାର ହଜାର ହେକ୍ଟର ଧାନ ଚାଷ ସଂପୂର୍ଣ୍ଣ ଉଜୁଡିଯାଇଛି। ଧାନ ଚାଷ ଜମିରେ ୮ରୁ ୧୦ଦିନ ବନ୍ୟା ପାଣି ଜମି ରହିବାରୁ ଧାନ ଗଛ ପଚି ସଢି ନଷ୍ଟ ହୋଇଯାଇଛି। ଚାଷୀ ମୁଣ୍ଡରେ ବନ୍ୟା ଚଡକ ଯୋଗୁଁ ଚାଷୀ ବର୍ଷକର ଆହାର ହରାଇ ଋଣଗ୍ରସ୍ତ ଚିନ୍ତାରେ ସଂପୂର୍ଣ୍ଣ ଭାଙ୍ଗିପଡିଛି। ପ୍ରକାଶ ଯେ, ବନ୍ୟାପ୍ରପିଡୀତ ହରଭଙ୍ଗା ତହସିଲର ହରଭଙ୍ଗା,ଧଳପୁର,ବୀରନରସିଂହପୁର ଏବଂ ସରସରା ରାଜସ୍ୱ ନିରୀକ୍ଷକ କେନ୍ଦ୍ର ଅଧିନରେ ଥିବା ୫୫ଟି ରାଜସ୍ୱ ଗ୍ରାମ ପ୍ରତିବର୍ଷ ବନ୍ୟାରେ ପ୍ରଭାବିତ ହୋଇଥାଏ। ଚଳିତ ମହାନଦୀ ବନ୍ୟାରେ ଏହି ତହସିଲ ଅଧିନରେ ଥିବା ହରଭଙ୍ଗା, ବୁକେଶିଙ୍ଗା, ଅରଖପଦର, ସୁରୁଣ୍ଡି, ଡିଆଁଘାଟ, ଭେଜିଗୁଡା, କୁଶଙ୍ଗ, ତିରଡ, କୁସାସିଙ୍ଗା, କୁମାରୀ, ଅତଲସରା, ମାରଡା, ପାଣିଘରା, ବୁଲୁରା, ରାଉତପଡ.ଧଳପୁର, ଶାକୁସିଙ୍ଗା, ଖରଶଙ୍କୁଲେଇ, ହାଟଗାଁ, ମଙ୍ଗଳପୁର, କୃଷ୍ଣମୋହନପୁର, ଝରାସାହି, ମଲ୍ଲିକପଡା, ବୁଲୁରା, ତେନ୍ତୁଲିପଦର ଭଳି ୫୦ରୁ ଅଧିକ ଗାଁ ଲୋକଙ୍କ ଚଳିତବର୍ଷ ଖରିଫ ଧାନ ଚାଷ ଉଜୁଡାଇ ଦେଇଛି। ତୁରନ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ତାଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଚାଷୀ ମହଲରୁ ଦାବି ଉଠୁଛି। ଏସଂର୍ପକରେ ହରଭଙ୍ଗା ତହସିଲଦାର ହରିଓମ ଭୋଇଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ଯେ, ଚଳିତ ମହାନଦୀ ବନ୍ୟାରେ ହରଭଙ୍ଗା ତହସିଲର ୪ଟି ଆର.ଆଇ ସର୍କଲର ୫୦ରୁ ଅଧିକ ଗାଁ ଲୋକଙ୍କ ଧାନ ଫସଲନଷ୍ଟ ହୋଇଛି। ପାଖାପାଖି ୮ଶହରୁ ହଜାରେ ହେକ୍ଟର ଧାନ ଚାଷ ନଷ୍ଟ ହୋଇଥିବା ପୂର୍ବାନୁମାନ କରୁଛୁ। ଆକଳନ ପାଇଁ ପ୍ରତ୍ୟେକ ଆର.ଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆକଳନ ପରେ ତୁରନ୍ତ କିଭଳି ଚାଷୀ କ୍ଷତିପୂରଣ ପାଇବେ ସେ ପ୍ରତି ଦୃଷ୍ଟି ଦିଆଯାଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories