www.samajalive.in
Monday, December 8, 2025
20.1 C
Bhubaneswar

ଦୁଇ ବାଇକ୍‍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଅନ୍ୟଜଣେ ଗୁରୁତର

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ୬୫ନମ୍ବର ରାଜ୍ୟ ରାଜପଥ ଦୋରଡ ନିକଟବର୍ତ୍ତୀ ରାସ୍ତାରେ ବୁଧବାର ଅପରାହ୍ନରେ ୨ଟି ଦ୍ରୁତଗାମୀ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାପଡିଛି। ତୋଟାପଡା ଗ୍ରାମର ଜମ୍ବେଶ୍ୱର ମହାନ୍ତିଙ୍କ ପୁଅ ଅଜୟ ମହାନ୍ତି (୨୬) ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ଖୁଣ୍ଟୁଣୀର ରମେଶଚନ୍ଦ୍ର ସାହୁଙ୍କ ପୁଅ ସୌମ୍ୟରଞ୍ଜନ ସାହୁ ଗୁରୁତର ହୋଇଥିଲେ।

ମୃତକ ଅଜୟ ମହାନ୍ତି ଅପରାହ୍ନ ୧ଟା ବେଳେ ନିଜ ଶ୍ୱଶୁରଘର ଆଠଗଡ ସହରର ପଦ୍ମସାହିକୁ ବାଇକ ଯୋଗେ ଅତି ଦ୍ରୁତଗତିରେ ଆସୁଥିବାବେଳେ ଆଠଗଡ ପଟରୁ ନିଜ ଘର ଖୁଣ୍ଟୁଣୀକୁ ସୌମ୍ୟରଞ୍ଜନ ଅନ୍ୟଏକ ବାଇକରେ ଦ୍ରୁତଗତିରେ ଯାଉଥିଲେ। ଉଭୟ ଦ୍ରୁତଗତିରେ ଯାଉଥିବାରୁ ଭାରସାମ୍ୟ ହରାଇ ଉଭୟ ବାଇକ ପରସ୍ପର ସହିତ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ବାଇକ ୨ଟି ଭାଙ୍ଗୀ ଚୁରମାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ହିଁ ରାସ୍ତାରେ ମୁଣ୍ଡପିଟି ହୋଇ ପଡିବା ଦ୍ୱାରା ଅଜୟ ମୃତ୍ୟୁବରଣ କରିଥିଲେ। ସ୍ଥାନୀୟ ଲୋକେ ଗୁରୁତର ସୌମ୍ୟରଞ୍ଜନକୁ ଆଠଗଡ ଡାକ୍ତରଖାନାକୁ ନେଇ ଯାଇଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ଆଠଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଆଠଗଡ ଡାକ୍ତରଖାନାକୁ ପଠାଇ ବ୍ୟବଚ୍ଛେଦ କରାଇଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories