www.samajalive.in
Saturday, December 6, 2025
15.1 C
Bhubaneswar

କୂଳ ଲଂଙ୍ଘିଲା ବୁଢ଼ାବଳଙ୍ଗ ଓ ଗଙ୍ଗାହାର, ପାଣି ଘେରରେ ୪୨ ଗାଁ

ବଡ଼ସାହି-କୁଆମରା, ବୈଶିଙ୍ଗା ଓ ବଡ଼ସାହିରୁ ଉଦଳା, ବେତନଟୀରୁ ବଡ଼ସାହି ଓ ମାଣତ୍ରୀ ଯୋଗାଯୋଗ ବିଚ୍ଛିନ୍ନ
ବ୍ୟାପକ ଚାଷଜମି ଜଳମଗ୍ନ
ନିରାପଦ ସ୍ଥାନକୁ ଯାଉଛନ୍ତିି ନଦୀ ସଂଲଗ୍ନ ଗ୍ରାମବାସୀ

ବଡ଼ସାହି: ଲଘୁଚାପ ଜନିତ ଭାରି ବର୍ଷା ଫଳରେ ବଡ଼ସାହି ବ୍ଲକରେ ନାହିଁ ନଥିବା ସ୍ଥିତି ଉପୁଜିଛି। ବ୍ଲକ ମଧ୍ୟ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର ବନ୍ୟାଜଳ କୂଳଲଂଘନ କରିଛି। ନଦୀ ସଂଲଗ୍ନ ଚାଷଜମି ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ବୈଶିଙ୍ଗା-ଉଦଳା ରାସ୍ତର ମାଣତ୍ରୀସ୍ଥିିତ ବିତନୁ ପୋଲ ଓ ବଡ଼ସାହି-କୁଆମରା ରାସ୍ତାର ଖଡ଼ିକାପଦା ପୋଲ, ବଡ଼ସାହି-ଉଦଳା ରାସ୍ତାର ଦାମଦୋରପୁର ପୋଲ, ବଡ଼ସାହି-ବେତନଟ ରାସ୍ତାର ଜୁଣପଦା ଓ ବେଲପାଳ ରାସ୍ତା ଉପରେ, ମାଣତ୍ରୀ-ବେତନଟ ରାସ୍ତାର ଆସ୍କନ୍ଦ ନିକଟ ରାସ୍ତା ଉପରେ ଓ ପ୍ରତାପପୁର-ହରିପୁର ରାସ୍ତାର ମାଧବୀନାଳ ପୋଲ ଉପରେ ୩/୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

- Advertisement -

ବୁଢ଼ାବଳଙ୍ଗ ନଦୀର ସଂଲଗ୍ନ ଆରପଟ୍ଟା, ପତ୍ରାପଦା, ଘୁଷୁରିଆ, ବେଲପାଳ, ବାରିହାପାଳ, ବର୍ତ୍ତନା, ଡ଼ିଙ୍ଗରା, ବାଗୁଲି, ଶଙ୍କୁଚା, ଗମ୍ଭାରିଆ, ଆସ୍କନ୍ଦ, ତେନ୍ତୋଳ, ଜଳନଣ୍ଡ, ଚନ୍ଦନପୁର, ମହୁପୁରା, ସର୍ବେଶ୍ୱରପୁର, କୁଡ଼ିମୁଣ୍ଡା, ମିରିଗିଦାରୀ, ଉତ୍ତରପାଳ, ପଣ୍ଡୁପାଳ, କୁଲକୁଠା, ରଙ୍ଗପାଣି ଏବଂ ଗଙ୍ଗାହାର ନଦୀ ସଂଲଗ୍ନ ମାଣତ୍ରୀ କୁଣ୍ଡିସାହି, କୁଞ୍ଚିବଣିଆ, ଉଞ୍ଚଡିହି, ସିମିଳିସାହି, ଆଗ୍ରିଆ, ଡୁମୁରିଆ, ନରଣଗାଁ, ପାଳପାଟଣା, ନୁଣକୁଆ, ଜଡିଦା, ଭୁରୁଡିହା, ଶାଳଗାଁ, ଦାସିପୁର, ଆଦିଡ଼ିହା, ଚେଙ୍ଗୁଆ-ମଙ୍ଗଳପୁର, ମାଙ୍କଡକେନ୍ଦା, ଖଡ଼ିକାପଦା, ବେଢ଼ାପାଳ ଓ ଆଦିଡ଼ିହା ଗ୍ରାମ ପାଣିଘେରରେ ରହିଛି।

ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ବନ୍ୟାଞ୍ଚଳ ପରିଦର୍ଶନ ପରେ ସ୍ଥିତି ସମ୍ପର୍କରେ ଦଳର ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାସ ଦାସଙ୍କ ସହିତ ଆଲୋଚନା କରିଛନ୍ତି। ସେ ଖୁବଶୀଘ୍ର ଜିଲାର କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତରେ ଆସିବେ ବୋଲି କହିଛନ୍ତି। ତହସିଲଦାର ମମତାଜ ମହାରଣା, ବିଡ଼ିଓ କରୁଣାକର ଧିନ୍ଦା ନିଜର କର୍ମଚାରୀ ଓ ନିର୍ବାଚିତ ପ୍ରତିନିଧିଙ୍କ ସହିତ ସଦଳବଳେ ପରିସ୍ଥିତି ପ୍ରତି ସଜାଗ ରହିଛନ୍ତି। ନଦୀର ଜଳ ବୃଦ୍ଧି ହେବା ସାଙ୍ଗକୁ ବର୍ଷା ଅନବରତ ଲାଗି ରହୁଥିବାରୁ ଲୋକମାନେ ଆତଙ୍କିତ ରହିଛନ୍ତି। ଚାଷ ଜମି ଜଳାର୍ଣ୍ଣବ ପାଇଁ ଧାନ ତଥା ପରିବା ଫସଲ ହାନି ଆଶଙ୍କା ଉପୁଜିଛି। ଭାରି ବର୍ଷା ପାଇଁ ବହୁ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି। ଗ୍ରାମମାନଙ୍କରେ ଜଳନିଷ୍କାସନ ବାଟରେ ଜବରଦଖଲକାରୀ ଦଖଲ ରଖିଥିବାରୁ ବର୍ଷାଜଳ ନିଷ୍କାସିତ ନହୋଇ ସାହି-ସାହିରେ ଅପ୍ରୀତିକର ସ୍ଥିତି ଉପୁଜିଛି। ତଳି ଅଞ୍ଚଳର ଲୋକେ ରିପୋର୍ଟ ଲେଖାଯିବା ବେଳକୁ ନିରାପଦ ସ୍ଥାନକୁ ଗୃହପାଳିତ ପଶୁଙ୍କ ସହିତ ପଳାଇ ଆସୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories