Patra electronics

ଝଡରେ ଅବତରଣ କରିପାରିଲାନି ବିମାନ, ଭିଡିଓ ଭାଇରାଲ

ଟୋକ୍ୟ: ଜାପାନର ଫୁକୁଓକା ବିମାନବନ୍ଦରରେ ଅବତରଣ କରିବା ପାଇଁ ଚେଷ୍ଟା କରୁଥିବା ଏକ ବିମାନ ନିୟନ୍ତ୍ରଣ ହରାଇବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Daily Mail (@dailymail)

ଝଡ ଶାନଶାନ ଯୋଗୁଁ ଏଠାରେ ପ୍ରବଳ ପବନ ବହୁଥିଲା । ପାଇଲଟ୍ ବିମାନକୁ ରନଓ୍ବେରେ ଓହ୍ଲାଇବାକୁ ଚେଷ୍ଟା କରିବା ସମୟରେ ପବନରେ ତାହା ନିୟନ୍ତ୍ରଣ ହରାଇଥିଲା । ଏହା ପରେ ସେ ପୁଣି ଏହାକୁ ଉଚ୍ଚକୁ ନେଇଯାଇଥିଲେ । ଏହି ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଝଡ ଶାନଶାନ ଯୋଗୁଁ ପାଣିପାଗ ବଦଳୁଛି । ଏହି କାରଣରୁ ଏଠାରେ ବିମାନ ଅବତରଣରେ ସମସ୍ୟା ଦେଖାଦେଉଛି ।

Comments are closed.