www.samajalive.in
Sunday, December 7, 2025
26.1 C
Bhubaneswar

ରମାଦେବୀରେ ପାଞ୍ଚଦିନିଆ ଶିକ୍ଷକ ଉନ୍ନୟନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ‘ଆନ୍ ଓରିଏଣ୍ଟେସନ ପ୍ରୋଗ୍ରାମ ଅନ ପ୍ରମୋଟିଂ ୱେଲନେସ୍’ ଶୀର୍ଷକ ପାଞ୍ଚଦିନିଆ ଶିକ୍ଷକ ଉନ୍ନୟନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ କାଉନସେଲିଂ ଓ ୱେଲନେସ୍ ସେଣ୍ଟର୍, ଇଣ୍ଟରନାଲ୍ କ୍ୱାଲିଟୀ ଆସୁରାନ୍ସ୍ ସେଲ୍, ଥିଓସୋଫିକାଲ୍ ଅର୍ଡର୍ ଅଫ୍ ସର୍ଭିସ୍ ଏବଂ ମନମ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଉନ୍ନତ ମାନର ଉଚ୍ଚଶିକ୍ଷା ନିମନ୍ତେ ଶିକ୍ଷକ ଓ ଛାତ୍ର ସମାଜର ମାନସିକ ସ୍ୱାସ୍ଥ୍ୟ ସଂରକ୍ଷଣ ବୋଲି ପ୍ରଫେସର ଚୌଧୁରୀ କହିଛନ୍ତି।

କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀ ଚରଣ ରଥ ଏଵଂ କୁଳସଚିବ ଶ୍ୟାମଳୀ ମହାପାତ୍ରଙ୍କ ସମେତ ସହଯୋଗୀ ଅନୁଷ୍ଠାନର ସମ୍ପାଦକ ଡ କୃଷ୍ଣ ପ୍ରସାଦ ପାଢ଼ୀ ଓ ନିର୍ଦ୍ଦେଶିକା ଡ ଅନୁରାଧା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଫେସର ସସ୍ମିତା ମହାନ୍ତି ସ୍ଵାଗତ ଅଭିଭାଷଣ ଓ ଡ ସାୟଂତନୀ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆ କମିଟି ଗଠନ କଲା ବିଜେଡି

- Advertisement -

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories