ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ସମସ୍ତେ ଫିଟ୍ ରହିବାକୁ ଚାହାନ୍ତି । ଏଥିପାଇଁ ଖାଦ୍ୟ-ପାନୀୟ ସହ ଶରୀରିକ ବ୍ୟାୟାମ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଏଭଳି କିଛି ଉପାୟ ବିଷୟରେ ଯାହା ସକାଳୁ କରିବା ଦ୍ବାରା ଆପଣ ଦିନସାରା ଫିଟ୍ ରହି ପାରିବେ ।
ସକାଳୁ ଉଠି ପାଣି ପିଇବା ଅତ୍ୟନ୍ତ ଜରୁରୀ ଅଟେ ।
ସକାଳୁ ଖାଲି ପେଟରେ ନଖ ଉଷୁମ ପାଣି ପିଇବା ଦ୍ବାରା ମୋଟାପଣ ଦୂର ହୋଇଥାଏ ।
ପ୍ରତିଦିନ ସକାଳେ ଏକ ମୁଠା ବାଦାମ ଏବଂ ଅଖରୋଟ ଖାଇବା ଲାଭକାରୀ ଅଟେ ।
ସକାଳ ଜଳଖିଆ କରିବାକୁ ଭୁଲନ୍ତୁ ନାହିଁ ।
ସକାଳ ଜଳଖିଆରେ କ୍ଷୀର ଓ ଫ୍ରୁଟସ୍ ନିହାତି ସାମିଲ କରନ୍ତୁ ।
କମ୍ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ।
ଏସବୁ ସହ ଶରୀରିକ ପରିଶ୍ରମ ବା ବ୍ୟାୟାମ କରନ୍ତୁ ।



