www.samajalive.in
Sunday, December 7, 2025
14.1 C
Bhubaneswar

ଅଲିଭ୍ ରିଡ଼ଲେଙ୍କ ସୁରକ୍ଷା: ଧାମରା, ଦେବୀ ଓ ଋଷିକୂଲ୍ୟା ମୁହାଣରେ ମାଛଧରା ଉପରେ ନିଷେଧାଦେଶ

ମେ ମାସ ଶେଷ ପର୍ଯ୍ୟନ୍ତ ନିଷେଧାଦେଶ ବଳବତ୍ତର

ପ୍ରଭାବିତ ହେବେ ୧୦୬୬୬ ପାରମ୍ପରିକ ମତ୍ସ୍ୟଜୀବୀ

କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ମିଳିବ ୭୫୦୦ କ୍ଷତିପୂରଣ

ଅଲିଭରିଡ଼ଲେ କଇଁଛଙ୍କ ପ୍ରଜନନ ଓ ଅଣ୍ଡାଦାନକୁ ସୁରକ୍ଷିତ ରଖିବା ନିମନ୍ତେ ସରକାର ରବିବାର ଧାମରା, ଦେବୀ ଓ ଋଷିକୂଲ୍ୟା ମୁହାଣରେ ମାଛମରା ଉପରେ ନିଷେଧାଦେଶ ଜାରି କରିଛନ୍ତି । ଆସନ୍ତା ମେ ମାସ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ବଳବତ୍ତର ରହିବ।  ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ନିୟନ୍ତ୍ରଣ ନିୟମ (OMFRA) ୧୯୮୨ ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ର ବ୍ୟବସ୍ଥା ଅନୁସାରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

ଏହା ତଟରକ୍ଷୀ ବାହିନୀ ବ୍ୟତୀତ ଜଙ୍ଗଲ, ମତ୍ସ୍ୟସମ୍ପଦ ଏବଂ ସାମୁଦ୍ରିକ ପୁଲିସ ଏହି ଅଞ୍ଚଳରେ ପାଟ୍ରୋଲିଂ କରିବ ଏବଂ ଅଲିଭରିଡ଼ଲେଙ୍କ ସୁରକ୍ଷା ନିମନ୍ତେ ୬୧ ଉପକୂଳ ଶିବିର ସ୍ଥାପନ ହେବ । ଏହା ସହ ଉପକୂଳରେ ୫ଟି ଅନ୍ୟ ଶିବିର ମଧ୍ୟ ଏହାକୁ ନିୟନ୍ତ୍ରିତ କରିବ । ଏଥିରେ ସଶସ୍ତ୍ର ପୁଲିସ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ନିଯୁକ୍ତ ହେବେ । କଇଁଛମାନଙ୍କର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ, ନିଷେଧାଦେଶ ଆଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରାଯାଉଛି। ନିଷିଦ୍ଧ ଜଳ ଅଞ୍ଚଳରେ ପ୍ରବେଶ ନକରିବାକୁ ଟ୍ରଲର ଅପରେଟରମାନଙ୍କୁ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ଏହି ନିଷେଧାଦେଶ ଯୋଗୁଁ ପ୍ରାୟ ୧୦୬୬୬ ମତ୍ସ୍ୟଜୀବୀ ପରିବାର ପ୍ରଭାବିତ ହେବେ । ସେମାନଙ୍କ ନିମନ୍ତେ ରାଜ୍ୟ ସରକାର କ୍ଷତିପୂରଣ ବାବଦରେ ଏକକାଳୀନ ୭୫୦୦ ଟଙ୍କା ଜୀବିକା ସହାୟତା ପ୍ରଦାନ କରିବେ ।

- Advertisement -

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ୭.୩ ଲକ୍ଷ ଅଲିଭ ରିଡ଼ଲେ କଇଁଛ ଅଣ୍ଡା ଦେବା ନିମନ୍ତେ ଏହି ଉପକୂଳଗୁଡ଼ିକୁ ଆସିଥିଲେ । କଇଁଚମାନେ ସାଧାରଣତ ରାତିରେ ସମୁଦ୍ରକୂଳରେ ବସାକରି ଅଣ୍ଡା ଦେଇଥାଆନ୍ତି । ଅଣ୍ଡା ଦେବାର ଦେଢ଼ରୁ ୨ ମାସ ମଧ୍ୟରେ ଏଥିରୁ ଶାବ ବାହାରିଥାଆନ୍ତି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories