www.samajalive.in
Friday, December 5, 2025
20.1 C
Bhubaneswar

ଗିଲଗିଟ୍-ବଲଟିସ୍ତାନକୁ ପ୍ରଦେଶ ମାନ୍ୟତା ଦେବା ପାଇଁ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତିକୁ ଭାରତର ନିନ୍ଦା

ନୂଆଦିଲ୍ଲୀ : ପାକିସ୍ତାନର ସ୍ବୟଂଶାସିତ ଅଞ୍ଚଳ ଗିଲଗିଟ୍-ବଲଟିସ୍ତାନକୁ ପ୍ରଦେଶ ମାନ୍ୟତା ପ୍ରଦାନ କରିବା ନେଇ ଇମ୍ରାନ ଖାଁଙ୍କ ନେତୃତ୍ବ ସରକାର ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ସରକାରଙ୍କ ଏପରି ନିଷ୍ପତ୍ତିକୁ ଭାରତ ନିନ୍ଦା କରିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ଅନୈତିକ ଓ ବଳପୂର୍ବକ। ପାକିସ୍ତାନ ସରକାର ବଳପୂର୍ବକ ଓ ବେଆଇନ ଭାବେ ଗିଲଟିଗ-ବଲଟିସ୍ତାନକୁ ଅଧିକାର କରିଛନ୍ତି। ଜାମ୍ମୁ-କାଶ୍ମୀର ଓ ଲଦାଖ ଭଳି ଗିଲଗିଟ-ବଲଟିସ୍ତାନକୁ ମଧ୍ୟ ଭାରତ ନିଜର ଅବିଚ୍ଛେଦ୍ୟ ଅଂଶ ବୋଲି ଦାବି କରିଆସୁଛି। ତେଣୁ ଗିଲଗିଟ-ବଲଟିସ୍ତାନକୁ ପ୍ରାଦେଶିକ ମାନ୍ୟତା ପୂର୍ବକ ପାକିସ୍ତାନ ନିଜର ମୂଳ ଭୂଖଣ୍ଡ ସହିତ ସାମିଲ କରିବାର ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ବୋଲି ଭାରତ କହିଛି। ରବିବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ୧୯୪୭ ଦେଶ ସ୍ବାଧୀନତା ପରଠାରୁ ଜାମ୍ମୁ-କାଶ୍ମୀର, ଲଦାଖ ଓ ଗିଲଗିଟ୍‌-ବଲଟିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଂଶ ବିବେଚିତ ହୋଇଆସୁଛି। ପାକିସ୍ତାନ ସରକାର ଏହାକୁ ନିଜର ଅଞ୍ଚଳର ବୋଲି ଘୋଷଣା କରିବାର କୌଣସି ଅଧିକାର ଓ କ୍ଷମତା ନାହିଁ। ପାକିସ୍ତାନ ସରକାର ଗିଲଗିଟ-ବଲଟିସ୍ତାନକୁ ପ୍ରାଦେଶିକ ମାନ୍ୟତା ପ୍ରଦାନ ପରିବର୍ତ୍ତେ ଏହି ଅଞ୍ଚଳକୁ ତୁରନ୍ତ ଖାଲି କରିବା ଦରକାର ବୋଲି ଶ୍ରୀବାସ୍ତବ କହିଛନ୍ତି।

ପାକିସ୍ତାନରେ ଏବେ ଚାରିଟି ପ୍ରଦେଶ ରହିଛି। ସେଗୁଡିକ ହେଲା ପଞ୍ଜାବ, ସିନ୍ଧ, ଖାଇବର ପଖତୁଖୱା ଓ ବେଲୁଚିସ୍ତାନ। ଆଜାଦ କାଶ୍ମୀର ଓ ଗିଲଗିଟ-ବଲଟିସ୍ତାନ ଦୁଇଟି ସ୍ବୟଂଶାସିତ ଅଞ୍ଚଳ। ପାକିସ୍ତାନରୁ ଅଲଗା ହୋଇ ସ୍ବାଧୀନ ରାଷ୍ଟ୍ର ହେବା ଲାଗି ଗିଲଗିଟ-ବଲଟିସ୍ତାନରେ ଅନେକ ବର୍ଷ ହେଲା ଆନ୍ଦୋଳନ ଚାଲୁରହିଛି। ଗିଲଗିଟ-ବଲଟିସ୍ତାନବାସୀଙ୍କ ଏପରି ଆନ୍ଦୋଳନକୁ ଦମନ ପାଇଁ ପାକିସ୍ତାନ ସରକାର ସାମରିକ ଶକ୍ତି ପ୍ରୟୋଗ କରିଆସୁଛନ୍ତି। ଗିଲଗିଟ-ବଲଟିସ୍ତାନରେ ପାକିସ୍ତାନ ସରକାରଙ୍କ ଦ୍ବାରା ହେଉଥିବା ମାନବାଧିକାର ଉଲ୍ଲଙ୍ଘନକୁ ଚପାଇବା ଲାଗି ଇମ୍ରାନ ଖାଁ ସରକାର ନୂଆ ଯୋଜନା କରିଛନ୍ତି। ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗକୁ ଭାରତ ଜାତିସଂଘରେ ବାରମ୍ବାର ଉଠାଇ ଆସୁଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories