www.samajalive.in
Saturday, December 13, 2025
23.1 C
Bhubaneswar

ମାଛରେ ଫର୍ମାଲିନ ନଥିବା ସ୍ପଷ୍ଟ

ଭୁବନେଶ୍ୱର: ଓଡିଶା ବଜାରରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ ମିଶି ନ ଥିବା ସ୍ପଷ୍ଟ ହୋଇଛି। ମାଛରେ ଫର୍ମାଲିନ ମିଶୁଥିବା ଖବର ପ୍ରକାଶ ପାଇବା ପରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ରାଜ୍ୟର ବିଭିନ୍ନ ମାଛ ଗୋଦାମ ଉପରେ ଚଢଉ କରି ନମୁନା ସଂଗ୍ରହ କରିଥିଲେ। ରବିବାର ସୁଦ୍ଧା ୨୦ଟି ଜିଲାରୁ ମୋଟ ୧୩୭ଟି ନମୁନା ସଂଗ୍ରହ କରାଯାଇ ଖାଦ୍ୟସୁରକ୍ଷା ପରୀକ୍ଷାଗାରକୁ ପଠାଯାଇଥିଲା। ସେଥିରୁ ୮୯ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମାଛରେ ଫର୍ମାଲିନ ମିଶି ନଥିବା ଜଣା ପଡିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ଓଡିଶା ବଜାରରେ ମିଳୁଥିବା ମାଛରେ ଫର୍ମାଲିନ ନାହିଁ ବୋଲି ସୂଚନା ମିଳିବା ପରେ ଲୋକେ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଖାଦ୍ୟ ସୁରକ୍ଷା କମିଶନର ଅର୍ଚ୍ଚନା ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ମାଛର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହା ଆଗକୁ ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories