www.samajalive.in
Thursday, December 11, 2025
16.1 C
Bhubaneswar

ଓଡ଼ିଆ ଭାଷା ଯୁବପିଢିର ଭାଷା ହୋଇପାରିଲେ, ଆମେ ସମସ୍ତେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଓଡ଼ିଆ ଭାଷା ନିଶ୍ଚୟ ଆଗକୁ ବଢିବ-ମୁଖ୍ୟମନ୍ତ୍ରୀ

  • ସମ୍ମିଳନୀର ପ୍ରସ୍ତାବ ଉପରେ ନିଆଯାଇଛି ନୀତିଗତ ନିଷ୍ପତ୍ତି, ବିଧାନସଭାରେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ
  • ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
  • ସମ୍ମିଳନୀ ଅବସରରେ ଆୟୋଜିତ ମ୍ୟୁଜିଅମର ସମୟସୀମା ଆଉ ୩ ଦିନ ବଢିଲା, ଫେବୃଆରୀ ୮ ପର୍ଯ୍ୟନ୍ତ ମିଳିବ ପରିଦର୍ଶନ ସୁଯୋଗ

 

- Advertisement -

ଭୁବନେଶ୍ବର: ଉଦ୍‌ଯାପିତ ହୋଇଛି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ। ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ ବର୍ଷ ପରେ ଆମେ ସମସ୍ତେ ପୁଣି ଥରେ ଏକାଠି ହେବା। ଓଡିଆ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମତ ବିନିମୟ କରିବା।

ସମ୍ମିଳନୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଯୁବ ସମାଜ, ଲେଖକ, ଗବେଷକ, ସାହିତ୍ୟିକ, କବି ପ୍ରତ୍ୟେକ ଓଡିଆଙ୍କୁ ସେ ହୃଦୟରୁ ଧନ୍ୟବାଦ ଅର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ତିନି ଦିନ ମଧ୍ୟରେ ଆମ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ଖୁବ ଭଲ ଭଲ ପ୍ରସ୍ତାବ ମଧ୍ୟ ଆସିଛି। ତେବେ ଯେହେତୁ ବର୍ତ୍ତମାନ ବିଧାନ ସଭା ଚାଲିଛି, ତେଣୁ, ଭାଷା ସଂପର୍କରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ସେ ବିଧାନ ସଭାରେ ଘୋଷଣା କରିବେ ବୋଲି କହିଥିଲେ।

ଯୁଗ ଯୁଗ ଧରି ଓଡିଆ ଭାଷା, ଆମ ଓଡିଆ ଜାତିର ପରିଚୟକୁ ଆଗକୁ ନେଇଛି ବୋଲି ମତଦେଇ ସେ ସମସ୍ତଙ୍କୁ ଆଜିର ମହାର୍ଘ ଅବସରରେ ସମସ୍ତେ ସଂକଳ୍ପ ନେବାକୁ ଆହ୍ବାନ ଦେଇ କହିଥିଲେ ଯେ ଆସନ୍ତୁ, ଓଡିଆରେ ନୂଆ ନୂଆ ଶବ୍ଦ ସୃଷ୍ଟି କରି ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବା।

ଭାଷା ଉପରେ ବୈଷୟିକ ଜ୍ଞାନର ପ୍ରଭାବ ସଂପର୍କରେ ଆଲୋକପାତ କରି ସେ କହିଥିଲେ ଯେ ବୈଜ୍ଞାନିକ ଉନ୍ମେଷ, ବୈଷୟିକ ଜ୍ଞାନର ଅଗ୍ରଗତି ଓ କମ୍ପୁଟର ଭାଷା ହେଉଛି ବର୍ତ୍ତମାନ ଯୁଗରେ ଭାଷା ପାଇଁ ଏକ ବଡ ଆହ୍ବାନ । ତେଣୁ, ଓଡିଆ ଭାଷାକୁ ଏହା ସହିତ ସମନ୍ବିତ କରିବାକୁ ହେବ ବୋଲି ସେ ମତ ଦେଇଥିଲେ।

ଯୁବ ସମାଜକୁ ଆହ୍ବାନ ଦେଇ ସେ କହିଥିଲେ ଯେ ‘ମୁଁ ଆଶା କରୁଛି ଓଡିଆ ଭାଷା ଆମ ଯୁବପିଢିର ଭାଷା ହେବ । ଆମେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଏହା ନିଶ୍ଚୟ ଆଗକୁ ଯିବ। ସମ୍ମିଳନୀ ଅବସରରେ ଆୟୋଜିତ ମ୍ୟୁଜିଅମ ସମସ୍ତଙ୍କ ମନକୁ ଛୁଇଁଛି। ତେଣୁ ସମସ୍ତଙ୍କ ଅନୁରୋଧରେ ଏହାର ସମୟ ସୀମାକୁ ଆଉ ୩ ଦିନ ବୃଦ୍ଧି କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଫେବୃଆରୀ ୫ ତାରିଖ ବଦଳରେ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଏହାକୁ ପରିଦର୍ଶନ କରିବାର ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପାଇଥିବା ସବୁ ପ୍ରତିଭାମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ପୁସ୍ତକର ଉନ୍ମୋଚନ କରିଥିଲେ। ପ୍ରଥମଟି ହେଉଛି ହିନ୍ଦୁ ଗ୍ରୁପ ଦ୍ବାରା ପ୍ରକାଶିତ-ଶ୍ରୀ ଜଗନ୍ନାଥ : ଲର୍ଡ ଅଫ ୟୁନିଭର୍ସ। ଦ୍ବିତୀୟ ପୁସ୍ତକଟି ହେଉଛି-ଓଡ଼ିଆ: ଜର୍ଣ୍ଣି ଅଫ ଏ ଲାଙ୍ଗୁଏଜ। ଏହି ପୁସ୍ତକଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା (ସ୍ପେଶିଆଲ ଇନିସିଏଟିଭ୍‌ସ)  ଆର୍‌ ବାଲକ୍ରିଷ୍ଣନଙ୍କ ପରିକଳ୍ପନା ଏବଂ ଶ୍ରୀ ଶୁଭ୍ରାଂଶୁ ପଣ୍ଡା ଓ ପ୍ରତୀକ ପଟ୍ଟନାୟକଙ୍କ ଦ୍ବାରା ରଚିତ ହୋଇଛି।

ତୃତୀୟରେ ମ୍ୟାଜିକାଲ ଟେଲ୍ସ ଫ୍ରମ ଓଡ଼ିଶା ପୁସ୍ତକର ଦୁଇଟି ଅନୁବାଦ ପୁସ୍ତକ। ଏହି ପୁସ୍ତକଟି ଜର୍ମାନୀ ଓ ଜାପାନୀ ଭାଷାରେ ଅନୁବାଦିତ ହୋଇଛି। କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରେଭେନ୍‌ସା କଲେଜିଏଟ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories