www.samajalive.in
Wednesday, December 10, 2025
16.1 C
Bhubaneswar

ଉପର ମେଟିଙ୍ଗ ଘାଟିରେ ଓଲଟିଲା ପିକ-ଅପ ଭ୍ୟାନ୍, ୪ ଗୁରୁତର

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ଉପର ମେଟିଙ୍ଗ ଘାଟିରେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡିବା କାରଣରୁ ଏଥିରେ ଥିବା ୭ ଜଣରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ସୋମବାର ଥିଲା କାକିରିଗୁମା ସାପ୍ତାହିକ ହାଟକୁ ଉପର ମେଟିଙ୍ଗ ଗ୍ରାମର ଲୋକମାନେ ଯାଇଥିଲେ । ସେମାନେ ହାଟରୁ ଏକ ପିକଅପ୍ ଭ୍ୟାନର ପଛପଟେ ବସି ଆସୁଥିବା ବେଳେ ଘାଟି ରାସ୍ତାରେ ଗାଡିଟି ଓଲଟି ପଡି ତଳକୁ ଖସି ଯାଇଥିଲା । ଫଳରେ ଏଥିରେ ବସିଥିବା ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନେ ହେଉଛନ୍ତି ଗୁପ୍ତ ଶିରିକା , କୃଷ୍ଣ ଓ୍ବାଡାକା , ଆନନ୍ଦ ଶିରିକା ଓ ସାମ୍ବା ଶିରିକା । ଏମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପ୍ରଥମେ କାକିରିଗୁମା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ଓ ସେଠାରେ କେହି ଡାକ୍ତର ନଥିବା କାରଣରୁ କୋରାପୁଟ ଲକ୍ଷ୍ମଣ ନାୟକ ଭେଷଜ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ଅନ୍ୟ ତିନିଜଣଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି । ସେମାନେ ହେଉଛନ୍ତି ନୀଳ ଶିରିକା , କୁଶ ଶିରିକା ଓ ଆଶୁ ଜମ୍ବେକା । ବିଶେଷକରି ବିପଦସଙ୍କୁଳ ବୁଲାଣି ଘାଟି ରାସ୍ତାରେ ନିୟମିତ କୌଣସି ଯାନବାହାନ ଚଳାଚଳ କରୁନଥିବା ଯୋଗୁଁ ପ୍ରତି ସୋମବାର ସପ୍ତାହିକି କାକିରିଗୁମା ହାଟକୁ ଲୋକେ କମାଣ୍ଡର ଜିପ କିମ୍ବା ପିକ-ଅପ୍ ଭ୍ୟାନ ଯୋଗେ ଯାତାୟାତ କରିଥାନ୍ତି । ସୋମବାର ଉପର ମେଟିଙ୍ଗ ଗ୍ରାମର ବହୁ ଲୋକ ହାଟକୁ ଯାଇ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଲକ୍ଷ୍ମୀପୁର ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ସମେତ ଏସଆଇ ମାନସ ପ୍ରଧାନ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସମସ୍ତଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories